STORYMIRROR

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ଅକାଟ୍ୟ ବାଣୀ

ଅକାଟ୍ୟ ବାଣୀ

1 min
38


ଭାଗବତ କହଇ ବାଣୀ

ଏହା ମୁଁ ଅଛି ତ ଶୁଣି

ମନ ନିର୍ମଳ ଯାର ଦେହି

ଉଦ୍ଧବ ଗଂଗାଜଳ ସେହି

ତେଣୁ ହେବା ଦରକାର

 ନିର୍ମଳ ଭାବନା ମନର

ବିବେକ ବିବେଚିତ କାର୍ଯ୍ୟ 

ମଣିଷେ ରହିବା ଅନିର୍ବାଚ୍ୟ

କାମ, ଲୋଭ, ମୋହଗ୍ରସ୍ତ

ଅହମ୍ କ୍ରୋଧର ବଶୀଭୂତ

ମଣିଷର, ଅହେତୁକ କାମ

ନିଶ୍ଚିତ ହୁଏ ରସାତଳଗାମ

ଗର୍ବ--ମୁଁ--ଥାଏ ମଣିଷର

ସଦା ଭୁଲଇ ସତ୍ୟ ପ୍ରକାଶର

ନିଜର ହାଡ଼, ମାଂସ ରକ୍ତ କୁ 

ନେଇ ଗଢ଼ା ମଣିଷ ଆତ୍ମାକୁ

ଥରେ ମରି ମାଟିରେ ମିଶଇ

ମୁଁ ର ଚିହ୍ନ ବର୍ଣ୍ଣ ରହେ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract