STORYMIRROR

#all in one adii

Abstract

4  

#all in one adii

Abstract

ମେଘ

ମେଘ

1 min
230

ବରଷା କାଳ ଅଟେ ,ମଙ୍ଗଳ କାରୀ

ମଙ୍ଗଳ କର ଘନ! ବରଷିବାରି।

ବାରି ପାତରେ ତୃପ୍ତ ,ହୁଅଇ ମହୀ

ତୋସମ ଉପକାରୀ ,ଜଗତେ ନାହିଁ।

ନାହିଁ ତୁଳନା ଜଳଧର ,ତୁମର

ଜୀବନ ଦାନ କର ,ବୃକ୍ଷ ରାଜିର।

ଅପୂର୍ବ ଶୋଭା ଦିଶ ,ବ୍ୟୋମରେ ଥାଇ

ବିବିଧ ରୂପ ରଙ୍ଗ, ତୁମ ଅଟଇ।

ନିଦାଘ କଷ୍ଟୁ ପାରି ,କର ହେ ଘନ!

ତୁମ ସ୍ପର୍ଶେ ପୁଲକ ,ହୁଅଇ ତନ।

କବି କଲମେ ତୁମ, ମହିମା ଗାଏ

କେ ଦୂତ କରି ପ୍ରିୟା ,ପାଶେ ପଠାଏ।

ଘନ କୃଷ୍ଣ ଜୀମୂତେ ,ଯେବେ ଚପଳା

ଚମକଇ ହୀରକ, ତୁଲ କି ତୋରା।

ଗ୍ରୀଷମ ଅନ୍ତେ ଯେବେ ,ଆସେ ବରଷା

ସକଳ ଜୀବ ତୋଠି, ରଖନ୍ତି ଆଶା।

ରବି କିରଣେ ତପ୍ତ ,ଥାଏ ଧରଣୀ

ଶୁଷ୍କ ମୃତ୍ତିକା ଶୁଷ୍କ ,ପାଦପ ବେନି।

ଶୀତଳ ହୁଏ ଧରା ,ମନ ଆନନ୍ଦେ

ତରୁଲତା ପଲ୍ଲବେ ,ନବ ଉନ୍ମାଦେ।

କେକୀ କରଇ ନୃତ୍ୟ ,ଅମ୍ବରେ ଦେଖି

ଗ୍ରାମାଭିମୁଖୀ ଜନ ,ଯିଏ ବିଦେଶୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract