ମେଘ
ମେଘ
ବରଷା କାଳ ଅଟେ ,ମଙ୍ଗଳ କାରୀ
ମଙ୍ଗଳ କର ଘନ! ବରଷିବାରି।
ବାରି ପାତରେ ତୃପ୍ତ ,ହୁଅଇ ମହୀ
ତୋସମ ଉପକାରୀ ,ଜଗତେ ନାହିଁ।
ନାହିଁ ତୁଳନା ଜଳଧର ,ତୁମର
ଜୀବନ ଦାନ କର ,ବୃକ୍ଷ ରାଜିର।
ଅପୂର୍ବ ଶୋଭା ଦିଶ ,ବ୍ୟୋମରେ ଥାଇ
ବିବିଧ ରୂପ ରଙ୍ଗ, ତୁମ ଅଟଇ।
ନିଦାଘ କଷ୍ଟୁ ପାରି ,କର ହେ ଘନ!
ତୁମ ସ୍ପର୍ଶେ ପୁଲକ ,ହୁଅଇ ତନ।
କବି କଲମେ ତୁମ, ମହିମା ଗାଏ
କେ ଦୂତ କରି ପ୍ରିୟା ,ପାଶେ ପଠାଏ।
ଘନ କୃଷ୍ଣ ଜୀମୂତେ ,ଯେବେ ଚପଳା
ଚମକଇ ହୀରକ, ତୁଲ କି ତୋରା।
ଗ୍ରୀଷମ ଅନ୍ତେ ଯେବେ ,ଆସେ ବରଷା
ସକଳ ଜୀବ ତୋଠି, ରଖନ୍ତି ଆଶା।
ରବି କିରଣେ ତପ୍ତ ,ଥାଏ ଧରଣୀ
ଶୁଷ୍କ ମୃତ୍ତିକା ଶୁଷ୍କ ,ପାଦପ ବେନି।
ଶୀତଳ ହୁଏ ଧରା ,ମନ ଆନନ୍ଦେ
ତରୁଲତା ପଲ୍ଲବେ ,ନବ ଉନ୍ମାଦେ।
କେକୀ କରଇ ନୃତ୍ୟ ,ଅମ୍ବରେ ଦେଖି
ଗ୍ରାମାଭିମୁଖୀ ଜନ ,ଯିଏ ବିଦେଶୀ।।
