STORYMIRROR

#all in one adii

Abstract

3  

#all in one adii

Abstract

ମୃତ୍ୟୁ

ମୃତ୍ୟୁ

2 mins
244

ଶରୀରରୁ ପ୍ରାଣ ପକ୍ଷୀ

ଯେବେ ଉଡିଯାଏ ଶୂନ୍ୟ ମାର୍ଗେ

ମରଣ ହେବା ଜାଣନ୍ତି

ରୋଧ ହୁଏ ଶ୍ଵାସ କ୍ରିୟା ତେବେ।

ମୃତ୍ୟୁ ପ୍ରାପ୍ତ ଯା'ରହୁଏ

ଶୋକ ନୁହେଁ ଉଚିତ ତା'ପାଇଁ

ଜନମିଛି ଦିନେ ଯିଏ

ମରିବାତ ନିଶ୍ଚିତ ଅଟଇ।

ଜନ୍ମ ମୃତ୍ୟୁ ଏଦୁଇଟି

ସମସ୍ତଙ୍କ ଜୀବନରେ ଆସେ

ଜନମେ ଯେତେ ଆନନ୍ଦ

ମୃତ୍ୟୁ ପାଇଁ ଆତଙ୍କିତ ସେତେ।

ଗୀତା ଭଗବତ ଗ୍ରନ୍ଥ

ଜନମ ମରଣ ବଖାଣିଛି

ଦୁଇଙ୍କୁ ଯେ ସମ ମଣେ

ମୃତ୍ୟୁ ତାକୁ ନ ବାଧଇ କିଛି।

ଆୟୂଷ ପୁରିଲେ କାଳ 

ହରିନିଏ ଶରୀରରୁ ପ୍ରାଣ

ପଞ୍ଚ ଭୂତର ଶରୀର

ତେବେ ହୁଏ ତୃଣ ଠାରୁ ହୀନ।

ମରିବା ଜନ୍ମିବା କାହା

ବଶ୍ୟତାରେ ନାହିଁ କେତେବେଳେ

ବିଶ୍ଵ ନିୟନ୍ତା ନିୟମେ

ବନ୍ଧା ସର୍ବ ପ୍ରାଣୀ ସବୁକାଳେ।

ମୃତ୍ୟୁ ଅପମୃତ୍ୟୁ ଦୁଇ

ଜୀବର ଉଦ୍ଧାର ସକାଶେ

ପରମାତ୍ମା ଭିଆଇଛି

ଜନ୍ମ ମୃତ୍ୟୁ ଚକ୍ର କାଣ୍ଡ କେତେ।

କାନ୍ଦି କାନ୍ଦି ଜନ୍ମିଥାଏ

ଧରାପରେ ମାନବ ଶାବକ

ମୃତ୍ୟୁ କାଳେ ହସି ହସି

ମରିଯିବା ହେବଯେ ଉଚିତ।

ଆତ୍ମୀୟ ସ୍ଵଜନ ମୃତ୍ୟୁ

ଆଣେ ସିନା ଦୁଃଖ ଘନଘୋର

ଆଜିଯିଏ ଅତି ନିକଟରେ

କାଲି ହୋଇ ଯାଏ ସାତପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract