ଜୀବନ
ଜୀବନ
ଜୀବନଟା ଅଙ୍କାବଙ୍କା ନଈ
କେବେ ଖରା କେବେ ଅବା ଛାଇ।
କଣ୍ଟାମୟ ଯାତ୍ରା ଏ ଜୀବନ
କେବେ ଦିଏ ନିରାଶ ସପନ।
ବଞ୍ଚିବା ତ ଜୀବନ ଅଟଇ
ହାରିଯିବା ମୃତ୍ୟୁ ଅଟେ ଭାଇ।
ଧରାପୃଷ୍ଠ ଏକ ଗୁରୁ ମଞ୍ଚ
ସାଭିନୟ ବଞ୍ଚିବା ଏଠିତ।
ପ୍ରକୃତ ନାୟକ ସିଏ ଜଣେ
ଦକ୍ଷ କଳାକାର ଯେ ଜୀବନେ।
ଜୀବନଟା ଭରା ସାତରଙ୍ଗେ
କେ କେମିତି ୟାକୁ ଉପଭୋଗେ।
ବଢୁଥିବା ମାନେତ ଜୀବନ
ସ୍ଥିରତା ତ ମୃତ୍ୟୁ ଉପନାମ।
ସରଳତା ଥିଲେ ଜୀବନରେ
ବାଟମିଳେ ବଞ୍ଚି ତ ଯିବାରେ।
କିଏ କହେ ସଂଘର୍ଷଟି
ଉପନାମ ଅଟେ ଜୀବନର
ଏହାପୁଣି ଜିଉଁଥିବା
ଲୋକଙ୍କର ଉପରେ ନିର୍ଭର।
ଜୀବନ ଅଛିତ ମୃତ୍ୟୁ ପାଶେ
ହସି ହସାଇବା ରହି ତୋଷେ।
ଭୟ ଥିଲେ ବଞ୍ଚିବା ଦୁଷ୍କର
ଜୀବନତ ସୁଖର ସାଗର।
ଦୃଷ୍ଟି ନୁହେଁ ଦୃଷ୍ଟି କୋଣ
ଦରକାର କେମିତି ବଞ୍ଚିବା
ଆଗତ ତୁମର ନୁହଁ
ବର୍ତ୍ତମାନ ସର୍ବସ୍ଵ କରିବା।
