STORYMIRROR

#all in one adii

Abstract

3  

#all in one adii

Abstract

ଜୀବନ

ଜୀବନ

1 min
175

ଜୀବନଟା ଅଙ୍କାବଙ୍କା ନଈ 

କେବେ ଖରା କେବେ ଅବା ଛାଇ।

କଣ୍ଟାମୟ ଯାତ୍ରା ଏ ଜୀବନ

କେବେ ଦିଏ ନିରାଶ ସପନ।

ବଞ୍ଚିବା ତ ଜୀବନ ଅଟଇ  

ହାରିଯିବା ମୃତ୍ୟୁ ଅଟେ ଭାଇ।

ଧରାପୃଷ୍ଠ ଏକ ଗୁରୁ ମଞ୍ଚ

ସାଭିନୟ ବଞ୍ଚିବା ଏଠିତ।

ପ୍ରକୃତ ନାୟକ ସିଏ ଜଣେ

ଦକ୍ଷ କଳାକାର ଯେ ଜୀବନେ।

ଜୀବନଟା ଭରା ସାତରଙ୍ଗେ

କେ କେମିତି ୟାକୁ ଉପଭୋଗେ।

ବଢୁଥିବା ମାନେତ ଜୀବନ

ସ୍ଥିରତା ତ ମୃତ୍ୟୁ ଉପନାମ।

ସରଳତା ଥିଲେ ଜୀବନରେ

ବାଟମିଳେ ବଞ୍ଚି ତ ଯିବାରେ।

କିଏ କହେ ସଂଘର୍ଷଟି

ଉପନାମ ଅଟେ ଜୀବନର

ଏହାପୁଣି ଜିଉଁଥିବା

ଲୋକଙ୍କର ଉପରେ ନିର୍ଭର।

ଜୀବନ ଅଛିତ ମୃତ୍ୟୁ ପାଶେ

ହସି ହସାଇବା ରହି ତୋଷେ।

ଭୟ ଥିଲେ ବଞ୍ଚିବା ଦୁଷ୍କର

ଜୀବନତ ସୁଖର ସାଗର।

ଦୃଷ୍ଟି ନୁହେଁ ଦୃଷ୍ଟି କୋଣ

ଦରକାର କେମିତି ବଞ୍ଚିବା

ଆଗତ ତୁମର ନୁହଁ

ବର୍ତ୍ତମାନ ସର୍ବସ୍ଵ କରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract