STORYMIRROR

#all in one adii

Others

3  

#all in one adii

Others

ପ୍ରେମ

ପ୍ରେମ

1 min
188

ସବୁ ସରିଯାଏ ସବୁ ହଜିଯାଏ

ଏକା ଥାଏ ଏହି ପ୍ରେମ

ଦୁନିଆଁ ବୁକୁରେ ବିଞ୍ଚିଯାଅ ଭାଇ

ନିଷ୍କାମ ପ୍ରେମ କୁସୁମ।

ପ୍ରେମ କରିଛି ଯେ ସିଏ ସିନା ଜାଣେ

ପ୍ରେମ କରିବାର ମଜା

ବିନା ମେଘରେ ବି ବରଷା ହୁଅଇ

ନିଦାଘେ ଶ୍ରାବଣ ଭିଜା।

କହି ହୁଏ ନାହିଁ ଦେଖି ହୁଏ ନାହିଁ

ଅନୁଭବ ହିଁ ଆଧାର

କହିଥାଏ କିଏ ପ୍ରେମ ଅନ୍ଧ ବୋଲି

କିଏ କହେ ଯେ ଅମର।

ଅସରନ୍ତି ସୁଖ ଭଣ୍ଡାର ଏ ପ୍ରେମ

ସୁଧାବାରି ମରୁସ୍ଥଳେ

ସ୍ୱର୍ଗ ସୁଖ ତୁଚ୍ଛ ପ୍ରେମ ଯେ ପାଇଛି

ଆନନ୍ଦିତ ସଦାବେଳେ।

ସାରା ଦୁନିଆଟା ମିଛ ମାୟା ଲୋଭ

କ୍ରୋଧ ହିଂସା ଦ୍ୱେଷ ଭରା

ପ୍ରେମ ହିଁ ତ ସତ୍ୟ ପ୍ରେମ ହିଁ ତ ଶିବ

ପ୍ରେମ ହିଁ ସୁନ୍ଦର ପରା।

ପ୍ରେମ ସ୍ରୋତସ୍ଵିନୀ ପ୍ରେମ ପ୍ରଜାପତି

ପ୍ରେମ ଫୁଲ ପାରିଜାତ

ପ୍ରେମ ମିଠା ଗୀତ ପ୍ରେମ ହିଁ ଜୀବନ

ପ୍ରେମ ହିଁ ଚିର ଶାଶ୍ଵତ।

ପ୍ରେମ ଅଟେ ଯୁଦ୍ଧ ପ୍ରେମ ଅଟେଶାନ୍ତି

ପ୍ରେମ ହିଁ କର୍ତ୍ତା ବିଧାତା

ଈଶ୍ଵର ପ୍ରେମରେ ପଡିଯାଇଛି ଯେ

ତାର ବା କି ଆଉ ଚିନ୍ତା।

ସଫଳତା କେବେ ଆଣେ ଏହି ପ୍ରେମ

କେବେ ପୁଣି ବିଫଳତା

ନିଃସ୍ୱାର୍ଥପଣରେ ଭଲ ଯେ ପାଇଛି

ତ୍ୟାଗ ତା ଜୀବନ ଗାଥା।

ନାହିଁ ଯେବେ ତ୍ୟାଗ ପାଇବାର ଭାବ

-ଥିଲେ ନାହିଁ ସେଠି ପ୍ରେମ

ପ୍ରେମ ତ ଈଶ୍ଵର ସବୁରି ସୁନ୍ଦର

ପ୍ରେମ ତ ମାନବ ଧର୍ମ।

ଯେଯାହା ଚାହିଁଛି ତାହା ସେ ପାଇଛି

ପ୍ରେମ ସ୍ନେହ ଦ୍ୱାର ଖୋଲି

ସତ୍ୟ ପଥ ଧରି ବିଶ୍ଵାସ ଆଚରି

ସତ୍କର୍ମେ ବ୍ରତୀ ହୋଇବ।

ମରି ନାହିଁ କେବେ ମରିବ ନାହିଁ ଟି

ଅମର ଚିର ଶାଶ୍ଵତ

ସାତ୍ତ୍ୱିକ ଭାବକୁ କରଇ ଉଦିତ

ପ୍ରେମ ଗୀତା ଭାଗବତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ