ସମୁଦ୍ର
ସମୁଦ୍ର
ରତ୍ନଗର୍ଭା ମହାଣ୍ଣବ
ଉତ୍ତାଳ ତରଙ୍ଗଭରା
ମାଧ୍ୟମ ଜୀବନ ଜୀବୀକାର ସିଏ।
ଇନ୍ଦୁ ଜ୍ୟୋତ୍ସ୍ନା ସ୍ନାତ
ଅତି ଚିତ୍ତ।କର୍ଷକ ଠାଣି
ସମୀର ଖେଳୁଥାଏ
ଦୋଳି ଉର୍ମି ସାଥେ
ବିଛାଇ ଦେଇ ବେଳାଭୂମି
ସଦା ସ୍ବାଗତ ମୁଦ୍ରା ତାର
ଦେଖାଉଛି ବଞ୍ଚିବାର ରାହା
କୋଳେ ଧରି ନଉକାସ୍ଥ ନାବିକକୁ
ମାଖିଥାଏ ରବିକର ଯେବେ
ଝଲ୍ସେ ଚକ୍ ଚକ୍ ହୋଇ
ଯେହ୍ନେ ହୀରାଫୁଲ
ହସୁଅଛି ଫୁଟି
ନାହିଁ ଅଭିମାନ ହେଲେବି ବିରାଟ
କିନ୍ତୁ କାହିଁକି ସେ
ଅତୃପ୍ତ ଅଶାନ୍ତ?
କ୍ଷୁବ୍ଧ ରୂପ ଆଣେ
ଝଡର ବାଦଲ୍।
ବାତ୍ୟାର ବିଭୀଷିକା
ରଚେ ମୃତ୍ୟୁର ତାଣ୍ଡବ
ତଥାପି ତା, ରମଣୀୟ କୂଳ
ମୋହିନିଏ କୋଟି ଜନମନ
ଆକାଶ ଆଉ ସାଗର
ନମ୍ରତା ଆଉ ବିଶାଳତା
ଦୂର ଦିଗବଳୟରେ
ମିଳନର ମହାପର୍ବ
ରଚୁଥାନ୍ତି ଦୁହେଁ।
ସବୁବେଳେ ଦେବାର ହିଁ ସଂକେତ।