STORYMIRROR

#all in one adii

Abstract

3  

#all in one adii

Abstract

ଆଶା

ଆଶା

1 min
180

ଉଦାସ୍ ସପନ ସବୁ

୨୦ରୁଫେରିଛନ୍ତି୨୧କୁ ପୁଣି

ନୂଆ ସୂର୍ଯ୍ୟର କିରଣରେ

ପୁଣି ସେମାନେ ଗଜେଇବେ

କଅଁଳିବେ ଫୁଟିବେ,ହସିବେ 

ଆଉ ହସେଇବେ ସମସ୍ତିଙ୍କି

ଧୋଇଯିବ ପରସ୍ତ ପରସ୍ତ

ନିରାଶା କାଳିମା

ପୋଛିହୋଇଯିବ ଇତିହାସରୁ

କଳଙ୍କିତ ପୃଷ୍ଠାଗୁଡା

ସୁଖ ସମୃଦ୍ଧି ସାତସୁରେ

ଗାଇବ ଗୀତ

ଜୀବନ ଆକାଶରେ

ଗୋଛା ଗୋଛା ଇନ୍ଦ୍ରଧନୁ ହିଁ ଇନ୍ଦ୍ରଧନୁ

ଆନନ୍ଦ, ଡେଣା ମେଲି ଉଡିବ

ଖୋଲା ଆକାଶ ତଳେ

ଯୁଆଡ଼େ କାନେଇଲେବି

ଶୁଣାଯିବନି କାର ଆର୍ତ ଚିତ୍କାର

ଦେଖାଯିବନି କାର

କାରୁଣ୍ୟ ଭରା ମୁହଁ

ଆଗକୁ ନଥିବ ଉହାନ୍ ଭୁତାଣୁ ର

ବିକଟାଳ ନୃତ୍ୟ

ଆଖି ଭର୍ତି ସ୍ଵପ୍ନସବୁ

ହେବେ ପାଚି ପାକଳ

ଲାଲ୍ ଟହଟହ ଆଉ କେତେ

ନାଲି ଗୁରୁଗୁରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract