ବିରହ
ବିରହ
1 min
259
ଅଗ୍ନି ତାପେ ଦଗ୍ଧ
ହୋଇଯାଏ ସବୁ କିଛି
ଭସ୍ମ କରିଦେବା ଅଟେ
ତାହାର ପ୍ରକୃତି।
ବିରହ ଅଗ୍ନି ଅଟଇ
ଅନ୍ତର ଦାହକ
ମର୍ମଭେଦୀ ସାରା ଦୁଃଖ-
ଶୋକ ପ୍ରଦାୟକ।
କମଳ ରବି ବିରହେ
ରହେ ମୈ।ନ ହୋଇ
କୁମୁଦିନୀ ଇନ୍ଦୁ ଦୂରେ
ଦେଖିକି ସହଇ।
ତାତ ଜନନୀ ବିରହେ
ସନ୍ତାନ ସନ୍ତତି
ଭୋଗନ୍ତି ଅମାପ କ୍ଲେଶ
କୃଶ ତନୁ କାନ୍ତି।
ଆତ୍ମୀୟ ସୋଦରଯେବେ
ହୋଇଯାନ୍ତି ଦୂର
ମନରେ ଯେ କଷ୍ଟ ଆସେ
ବର୍ଣ୍ଣିବ କେ ନର।
ଯେହ୍ନେ ବର୍ଷା ବିନା ମହୀ
ସୂର୍ଯ୍ୟ ଉତ୍ତାପରେ
ଯେହ୍ନେ ଜଳବିନା ପକ୍ଷୀ
ଚାତକ ଯେ ମରେ।
ଯେହ୍ନେ ଅନ୍ନ ବିନା ଦୁଃଖୀ
ହୁଏ ଛଟପଟ
ବିରହାନଳେ ପ୍ରେମିକ
ପାଏ ଅତି କଷ୍ଟ।
ବିରହ ବେଦନା ଯାହା
ହୁଏ ନାହିଁ କହି
ଯେବେ ପ୍ରିୟା ଠାରୁ ପ୍ରିୟ
ବିଚ୍ଛେଦ ହୁଅଇ।
ଜୀବନରେଆସେ ଦୁଃଖ
ବିରହ ଯନ୍ତ୍ରଣା
କେହି ନର ମୁକ୍ତିଏଠୁ
ପାଇନାହିଁ ଜମା।