STORYMIRROR

#all in one adii

Others

3  

#all in one adii

Others

ବିରହ

ବିରହ

1 min
265

ଅଗ୍ନି ତାପେ ଦଗ୍ଧ 

ହୋଇଯାଏ ସବୁ କିଛି

ଭସ୍ମ କରିଦେବା ଅଟେ

ତାହାର ପ୍ରକୃତି।

ବିରହ ଅଗ୍ନି ଅଟଇ

ଅନ୍ତର ଦାହକ

ମର୍ମଭେଦୀ ସାରା ଦୁଃଖ- 

ଶୋକ ପ୍ରଦାୟକ।

କମଳ ରବି ବିରହେ

ରହେ ମୈ।ନ ହୋଇ

କୁମୁଦିନୀ ଇନ୍ଦୁ ଦୂରେ

ଦେଖିକି ସହଇ।

ତାତ ଜନନୀ ବିରହେ

ସନ୍ତାନ ସନ୍ତତି

ଭୋଗନ୍ତି ଅମାପ କ୍ଲେଶ

କୃଶ ତନୁ କାନ୍ତି।

ଆତ୍ମୀୟ ସୋଦରଯେବେ

ହୋଇଯାନ୍ତି ଦୂର

ମନରେ ଯେ କଷ୍ଟ ଆସେ

ବର୍ଣ୍ଣିବ କେ ନର।

ଯେହ୍ନେ ବର୍ଷା ବିନା ମହୀ

ସୂର୍ଯ୍ୟ ଉତ୍ତାପରେ

ଯେହ୍ନେ ଜଳବିନା ପକ୍ଷୀ

ଚାତକ ଯେ ମରେ।

ଯେହ୍ନେ ଅନ୍ନ ବିନା ଦୁଃଖୀ

ହୁଏ ଛଟପଟ

ବିରହାନଳେ ପ୍ରେମିକ

ପାଏ ଅତି କଷ୍ଟ।

ବିରହ ବେଦନା ଯାହା

ହୁଏ ନାହିଁ କହି

ଯେବେ ପ୍ରିୟା ଠାରୁ ପ୍ରିୟ

ବିଚ୍ଛେଦ ହୁଅଇ।

ଜୀବନରେଆସେ ଦୁଃଖ

ବିରହ ଯନ୍ତ୍ରଣା

କେହି ନର ମୁକ୍ତିଏଠୁ

ପାଇନାହିଁ ଜମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ