ଦୁଃଖ
ଦୁଃଖ
ଯଥା ଦିନ ପରେ ରାତି
ଜନମ ମରଣ
ଦୁଃଖ ପରେ ସୁଖ ମିଳେ
ଦୁହେଁ ଚକ୍ର ସମ
କର୍ମ ଫଳବଳେ କେହି
ହୋଇଛି ଧନିକ
ଭାଗ୍ୟଫଳେ ଦୁର୍ଭାଗ୍ୟକୁ
କେହୁଏ ଶ୍ରମିକ।
ବିଧାତା ଗଢିଛି ସବୁ
ଭିଆଇ ନିୟମ
ଯାହା ପାଇଁ ଯାହା ଯୋଗ୍ୟ
ଜନମ କରମ।
ଜନ୍ମ ହୋଇନଥାଏ କେ
ଦୁଃଖ ଭୋଗିବାକୁ
କପାଳ ଲିଖନ ଯାହା
ଥାଏ ତା'ସାଙ୍ଗକୁ।
ମନିଷୀଗଣ କହନ୍ତି
ମିଛ ଭାଗ୍ୟଫଳ
କର୍ମ ଅନୁସାରେ ଯାହା
ଭୋଗିଥାଇ ନର।
ଯାହାର କାମନା ଅଗ୍ନି
ଯାଏ ବଢି ବଢି
ସେ କାହୁଁ ସୁଖ ପାଇବ
ଦୁଃଖେ ଶୋକେ ପଡି।
ଧନ ଯୌବନ କ୍ଷଣିକ
ସୁଖର କାରଣ
ହରାଇ ନର ଅଜ୍ଞାନ
ଭୋଗଇ କଷଣ।
ହସି ହସି ହସାଇବା
ହଟାଇବା ଦୁଃଖ
ସୁଖର ଶ୍ରାବଣ ଧାରା
ଝରିବ ତେବେତ।