STORYMIRROR

#all in one adii

Abstract

3  

#all in one adii

Abstract

ଦୁଃଖ

ଦୁଃଖ

1 min
250

ଯଥା ଦିନ ପରେ ରାତି

ଜନମ ମରଣ

ଦୁଃଖ ପରେ ସୁଖ ମିଳେ 

ଦୁହେଁ ଚକ୍ର ସମ

କର୍ମ ଫଳବଳେ କେହି

ହୋଇଛି ଧନିକ

ଭାଗ୍ୟଫଳେ ଦୁର୍ଭାଗ୍ୟକୁ

କେହୁଏ ଶ୍ରମିକ।

ବିଧାତା ଗଢିଛି ସବୁ 

ଭିଆଇ ନିୟମ

ଯାହା ପାଇଁ ଯାହା ଯୋଗ୍ୟ

ଜନମ କରମ।

ଜନ୍ମ ହୋଇନଥାଏ କେ

ଦୁଃଖ ଭୋଗିବାକୁ

କପାଳ ଲିଖନ ଯାହା

ଥାଏ ତା'ସାଙ୍ଗକୁ।

ମନିଷୀଗଣ କହନ୍ତି

ମିଛ ଭାଗ୍ୟଫଳ

କର୍ମ ଅନୁସାରେ ଯାହା

ଭୋଗିଥାଇ ନର।

ଯାହାର କାମନା ଅଗ୍ନି

ଯାଏ ବଢି ବଢି

ସେ କାହୁଁ ସୁଖ ପାଇବ

ଦୁଃଖେ ଶୋକେ ପଡି।

ଧନ ଯୌବନ କ୍ଷଣିକ

ସୁଖର କାରଣ

ହରାଇ ନର ଅଜ୍ଞାନ

ଭୋଗଇ କଷଣ।

ହସି ହସି ହସାଇବା

ହଟାଇବା ଦୁଃଖ

ସୁଖର ଶ୍ରାବଣ ଧାରା

ଝରିବ ତେବେତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract