STORYMIRROR

Sanjukta Padhi

Abstract

3  

Sanjukta Padhi

Abstract

କରୋନା

କରୋନା

1 min
221

କରୋନା ଦେଇଛି ରାଣ

ଯା ଫେରି ଯା' ଫଗୁଣ

ଅଦିନ ମେଘର ଅକୁହା କଥା

ଫିକା କରିଦେଲା ସବୁ ଶରଧା

ସାରା ଦିନଟା ସେ ତୁନି ରହୁଛି

ସଞ ପହରରେ କରୁଛି ଟାଣ

ମୃତଵୂହ୍ୟ ସଵୁ ମେଘଦୂତ ସାଜି

ଵ୍ୟୋମୋରୁ କରେ ଵର୍ଷଣ

ଫମ୍ପା ଶବଦର ଘୁଙ୍ଗୁଡି ବଜାଇ

ଏକତ୍ର କରୁଛି ସବୁରି ମନ

ଜନ ଗହଳିକୁ ବାରଣ କରି

ସ୍ୱଚ୍ଛ ଆବରଣ ନାକରେ ମାରି

ବ୍ୟବଧାନ ରଖି ଚଲାପଥରେ

ହେୟ ମନେକଲୁ ସାଧୁ ବାଣୀ

କରୋନା ସାଜିଲା ସପତଣୀ

ହାତ ମୁଁହ ସବୁ ଧୋଇ ଧାଇ

ଲୁଗାକୁ ଖରାରେ ଦେବା ଶୁଖାଇ

ଖାଇବା ତଟକା ତତଲା ସଵୁ

ସାବଧାନ ନିଜ ହାତ ପାପୁଲିକୁ

ନିଜ ଅଧିନରେ ରଖିବା କାବୁ

ଏ କି ଅବିଚାର ହେଲା

ସାରା ବିଶ୍ବକୁ ଗୋଟିଏ ରୋଗ

ସଂକ୍ରମଣ କରି କରୋନା

ଗୋଟାପଣେ ଗ୍ରାସ କରିଲା

କମ୍ପାଉଛି ଧରା ଅଯଥାରେ

ଭାରତୀୟ ଆମେ ଭାରି ସାହାସୀ

ଆସ କୋରନାକୁ ଦେବାରେ ଫାଶୀ ।।



Rate this content
Log in

Similar oriya poem from Abstract