STORYMIRROR

Sanjukta Padhi

Abstract

4  

Sanjukta Padhi

Abstract

କରୋନା ଭୁତ

କରୋନା ଭୁତ

1 min
267


ଆଷାଢ଼ ର ରଥ ଯାତରା

ଦେଖିବା ଆଗରୁ କଟକଣା

ଜଗତ ନାଥ କୁ କିମିଆ ଜର

ପ୍ରଭାବ ନୁହେଁ ତ କରୋନା ର

ଯିବେ କି ନ ଯିବେ ଆଉ ସେ

ମାଉସୀ ମା ମନ୍ଦିର ଲୋ

ଜଗତ ଵାସୀ ଠୁ ହୋଇଲେ ଦୂର

ସତରେ କରୋନା ଏ କି ବେଭାର,

ଶ୍ରାବଣ ର ଧାରା ଵରଷା

ଧୋଇ ଦେଵ କରୋନା ବିଷ

ଭାଈ ହାତେ ପିନ୍ଧିବ ରାକ୍ଷୀ

ଈଶ୍ଵର ହୋଇବେ ସାକ୍ଷୀ

ରାକ୍ଷୀ ରଖିବ ଯେ ମାନ

ପିନ୍ଧା ଲୋ ହେଉଛି ବ୍ୟବଧାନ,

ଭାଦ୍ରଵର ବୁଧେଇ ଓଷା

ପୁଅ ପାଇଁ କରିବେ ପୂଜା

ଭାଈ ଲାଗି ଶୁଭ ମନାସି

ଝିଅ ଦଳ ଗୋଠରେ ଵସି 

ମାଁ ମଙ୍ଗଳାଙ୍କୁ ସୁମରଣା କରି

ଭାଈ ଆଗମନ କାମନା କରି

ରାତିସାରା ଜାଗର ଜାଳି,

ହରି ଜନମିଵେ କରୋନା ଯିଵ

ଅଗ୍ରରେ ଗଣେଶ ନେଇ ଥୋଇବା

ନୂଆ ଧାନ ଆଉ ନୂଆ ମନ ନେଇ

ଆସୁଛି ନବାନ୍ନ ଉଚ୍ଛନ୍ନ ହୋଇ

କୁରେଇ ପତରେ କ୍ଷୀରି ପିଠା

ମାଣିକେଶ୍ଵରୀଙ୍କୁ ଭୋଗ ଲଗାଇ ,

ଆଶ୍ୱିନ ରେ ଉଦୁଉଦିଆ ଜହ୍ନ

ଉଚ୍ଛନ୍ନ ଆଜି କୁମାରୀ ମନ

କାର୍ତ୍ତିକ ର ହବିଷ ଗଲା ଲୋ

ରାଈ ଦାମୋଦର ଋଷା ଫୁଲା

କଉଡ଼ି ଖେଳର ନାହିଁ ଦର୍ଶକ

ଏତେ ଦାଉରେ କରୋନା ସାଧିଲା

ପଉଷରେ ନାହିଁ ମଣ୍ଡା ଗଇଁଠା

ହେଲା ନାହିଁ ଲୋ ସାଇରେ ଗୋଠ

ଭାଈ ପରି ମାଘ ର ଶୀତ

ସାଜିଲା କରୋନା ବୋହୂ ରୂପରେ 

ତା ବୋପା ପରି ବଡ଼ ଭୂତ ।

ବିଗତ ଦିନର ହାନିଲାଭ ଭୁଲି

ପୁଣି ଏକ ନୂଆ ଯୁଗ ଆରମ୍ଭିବା।।

         

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract