STORYMIRROR

Sanjukta Padhi

Children Stories

3  

Sanjukta Padhi

Children Stories

ଆଜି ପରା ଅଗଷ୍ଟ ପନ୍ଦର

ଆଜି ପରା ଅଗଷ୍ଟ ପନ୍ଦର

1 min
187

ଏଇ ଦେଖମ ........

ରାତିଟା କେମିତି ଅସୁରୁଣୀ ସାଜିଛି

ଆଉ କରୋନାକୁ ଗିଳି ଧାଉଁଛି

କେଇ ଘଣ୍ଟା ପରେ

ଶୁଣିବ ଜୟ ଜୟ ଧ୍ୱନି

ମୋ ରାଣ ଖାଅ

କେହି ଵାହାରିଵାନି ,

ଧୈର୍ଯ୍ୟ ଧରି ରକ୍ତ ସଂଚୟ କର

ଆମ ଚାରିପାଖେ ଅଛି

ସଞ୍ଜିବନୀ ଭେଦ

ତାଲାବନ୍ଦର ତୀର

ମହା ଆନ୍ଦୋଳନ

ମୁହଁରେ ତୁଣ୍ଡି ବାନ୍ଧି

ଘରେ ହୋଇଯିବା ଵନ୍ଦୀ

କରୋନା ସାଜି ବିଦେଶୀ ଗୁଳି

ସାରା ବିଶ୍ବକୁ ଦେଉଛି ଗିଳି

ମୁକ୍ତ ଆକାଶରେ ନିଶ୍ଚଳ ଗଳି

ଏକାଠି ହୋଇ ଗହଳି କରି

କେହି ମାରିବାନି ଆଜି ତାଳି

କାନ୍ଦୁଛି ଆଜି ଭାରତ ମାତା

ସଂକ୍ରମଣ ରୋକିବ ସେ

ତା' ମନରେ ଚିନ୍ତା

ଛାନିଆ ହେଇଛି ଆଜି

ଆବାଳ ବୃଦ୍ଧ ବନିତା

ଥକି ଯାଇଛି ଜଗତପିତା

ବନ୍ଦୀ ଘରେ ଆଜି, କୃଷ୍ଣ

ନୀରବେ ଜନ୍ମ ହେଲେ

ରାମ ନିଜ ରାଜ୍ୟ

ନିଜେ ହିଁ ପ୍ରତିଷ୍ଠା କଲେ

ବିନା ପ୍ରତିବାଦରେ

କିଛି ଦିନ ପାଇଁ

ଅପେକ୍ଷା ‌କର

ଦେଖିବା ରୁହ.....

ଫେରି ଆସିବ ଆମ

ପୂରୁବ ଗୌରବ

ବିଚ୍ଛୁରିତ ହେବ ଆମ

ଜୀବନ ସୌରଭ

ମୁହଁ ଢାଙ୍କି ଘରେ ରହି

ଗୋଷ୍ଠୀ ବଦ୍ଧ ଛାଡି

ମଉନ ଜପ କରି

ଦେଶ ବନ୍ଦନା ଗାଇବା

ସୁସ୍ଥ ଜୀବନ ଜିଇଁ ଥିଲେ ସିନା

ମାତୃଭୂମି ପାଇଁ ଆଗକୁ

କିଛି ନା କିଛି କରିବା ।।



Rate this content
Log in