STORYMIRROR

Sanjukta Padhi

Abstract

3  

Sanjukta Padhi

Abstract

ଆକାଶ

ଆକାଶ

1 min
261


ମୋ ଆଖି ସାମ୍ନାରେ

ଆକାଶ ନୀଳ ପରୀ

ମୁଁ ଭାସିଯାଏ, ଏଠି 

ସାଗରରେ ସଵାରୀ 

କପାଳରେ ମୋର

ପାଦପ ଉଙ୍କି ମାରେ

ମୋ ସ୍ନାୟୁ ସବୁ

ପଥ ଉନ୍ମୁକ୍ତ କରେ

ଆଉ ସେଇଠି ତ

ସରଗରମ

ଲୋକଙ୍କ ଭିଡ଼ରେ

ମୁଁ ବି କମ୍ ନୁହେଁ

ସେଇଠୁ ଚାହିଁ ଥାଏ

ବିଶାଳ ମେଘ ଖଣ୍ଡେ

ନ ବରଷିଲା ଯାଏ

ତା ସୁଧାସମ ନୀର

କରେ ମତେ ସାକାର

ଶସ୍ୟ ସମ୍ପଦ ରେ

ପୂରି ଉଠେ ମଞ୍ଚପୁରୀ

ଆନନ୍ଦେ ଖେଳାଇ କାନନ

ସୁଶୋଭିତା ଦିଶେ ବଣ

ତନୁକୁ କରି ସବଳ

କରେ ଭଣ୍ଡାର ସଂଚାର

 ତୋ ଵାୟୂ ତାପ ଜଳ

ମୋ ଏକାଗ୍ରତା ଆଉ

 ଧ୍ୟାନ ର ସୁକର୍ମଫଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract