ପ୍ରକୃତିର ଚୁପି ଚୁପି କଥା
ପ୍ରକୃତିର ଚୁପି ଚୁପି କଥା
ପ୍ରକୃତି
ତୁ କେତେ ସୁନ୍ଦର
ତୋ ଦୁନିଆରେ
ନିଜକୁ ମୁଁ ଦେେଇଛି ହଜାଇ
ଜାଣି ପାରୁନି ମୁଁ ଦିନ ରାତି
ଚୁପି ଚୁପି କୋମଳ କଥା ତୋର
ଯେବେ ପ୍ରବେଶ କରେ
ମୋ ନିଶ୍ଵାସ ପ୍ରଶ୍ୱାସରେ
ମୁଁ ତାକୁ ଶୋଷିନିଏ
ଫୁସଫୁସର
ପୃଷ୍ଟଭାଗରୁ ନିମ୍ନ ଭାଗ ଯାଏ ।।
ମନ ହୃଦୟ ମୋର ହୁଏ ପ୍ରଫୁଲ୍ଲ
ମୁଁ ହୋଇଯାଏ ନିର୍ମଳ ସ୍ଥିତିବାନ
ସ୍ନେହ ଭଲପାଇବାର ସଙ୍ଗୀତ ଭଳି
ଯଦି ମୁଁ କାହାକୁ ସାହାଯ୍ୟର
ହାତ ବଢାଇବାକୁ
ଆଳଶ୍ୟତା କରେ ଅନୁଭବ
ମୁଁ ରହିଯାଏ ଏକ ସ୍ନେହି ସ୍ପର୍ଶର
ବହୁତ ଦୂରରେ ।।
ପ୍ରକୃତି
ତୁ କେତେ ମହାନ
ତୋର ମିଠା ଛୁଆଁ
ଚୁପି ଚୁପି ଅକୁହା କଥା
ମୋତେ ଦେଇଥାଏ ଶାନ୍ତିି ପ୍ରଶାନ୍ତି
ସ୍ଥିରତା ଐକ୍ୟବଦ୍ଧତା ଓ
ବାସ୍ତବତାର ଇନ୍ଦ୍ରିୟ ଗୁଡିକୁ
କରେ ଜାଗ୍ରତ
ଲୋଭ ମୋହ ମାୟା ଠାରୁ
ଦୃରେଇ ଯିବାକୁ କରେ ଉତ୍ସାହିତ।।
ମୁଁ ହୁଏ ଆନନ୍ଦିତ
ତୁ ଝରା ଶେଫାଳିର
ହେଲେ ସଜେଇ
ମୋର ଇଛା ସବୁବେଳେ ତୁ
ଶିଶିର ବିନ୍ଦୁରେ ଝଲସୁୁଥା
ରବି କିରଣରେ ଚମକୁଥା
ବରଷା ବିନ୍ଦୁରେ ଭିଜୁଥା
ଶଶୀ କିରଣରେ ଶୀତଳ ଲାଗୁଥା ।।
ସ୍ନେହ ପ୍ରେମ ଶିିଷ୍ଟାଚାର
କେତେ ମୂଲ୍ୟ ବାନ
ତୁ ମୋତେ ଦେଉ ଚେତାଇ
ହେ ପ୍ରକୃତି ଘେନ ବିିନତି ମୋର
ମୋ ଠାରୁ ଯିବୁନି ଦୂୂରେଇ
ତୋ ଚୁପି ଚୁପି କୋମଳ କଥା
ମୋ କାନେ ସବୁଦିନେ ବାଜୁଥାଉ ।।