STORYMIRROR

Hemanta Patra

Abstract Inspirational Others

3  

Hemanta Patra

Abstract Inspirational Others

ପ୍ରକୃତିର ଚୁପି ଚୁପି କଥା

ପ୍ରକୃତିର ଚୁପି ଚୁପି କଥା

1 min
210

       ପ୍ରକୃତି

   ତୁ କେତେ ସୁନ୍ଦର

    ତୋ ଦୁନିଆରେ

 ନିଜକୁ ମୁଁ ଦେେଇଛି ହଜାଇ

 ଜାଣି ପାରୁନି ମୁଁ ଦିନ ରାତି 

ଚୁପି ଚୁପି କୋମଳ କଥା ତୋର

  ଯେବେ ପ୍ରବେଶ କରେ

  ମୋ ନିଶ୍ଵାସ ପ୍ରଶ୍ୱାସରେ

   ମୁଁ ତାକୁ ଶୋଷିନିଏ

      ଫୁସଫୁସର

 ପୃଷ୍ଟଭାଗରୁ ନିମ୍ନ ଭାଗ ଯାଏ ।।

 ମନ ହୃଦୟ ମୋର ହୁଏ ପ୍ରଫୁଲ୍ଲ

 ମୁଁ ହୋଇଯାଏ ନିର୍ମଳ ସ୍ଥିତିବାନ

ସ୍ନେହ ଭଲପାଇବାର ସଙ୍ଗୀତ ଭଳି

  ଯଦି ମୁଁ କାହାକୁ ସାହାଯ୍ୟର 

    ହାତ ବଢାଇବାକୁ

  ଆଳଶ୍ୟତା କରେ ଅନୁଭବ

ମୁଁ ରହିଯାଏ ଏକ ସ୍ନେହି ସ୍ପର୍ଶର

    ବହୁତ ଦୂରରେ ।।

      ପ୍ରକୃତି

    ତୁ କେତେ ମହାନ

    ତୋର ମିଠା ଛୁଆଁ

   ଚୁପି ଚୁପି ଅକୁହା କଥା

ମୋତେ ଦେଇଥାଏ ଶାନ୍ତିି ପ୍ରଶାନ୍ତି

  ସ୍ଥିରତା ଐକ୍ୟବଦ୍ଧତା ଓ

 ବାସ୍ତବତାର ଇନ୍ଦ୍ରିୟ ଗୁଡିକୁ 

     କରେ ଜାଗ୍ରତ 

 ଲୋଭ ମୋହ ମାୟା ଠାରୁ

ଦୃରେଇ ଯିବାକୁ କରେ ଉତ୍ସାହିତ।।

     ମୁଁ ହୁଏ ଆନନ୍ଦିତ

    ତୁ ଝରା ଶେଫାଳିର

    ହେଲେ ସଜେଇ

  ମୋର ଇଛା ସବୁବେଳେ ତୁ

  ଶିଶିର ବିନ୍ଦୁରେ ଝଲସୁୁଥା

  ରବି କିରଣରେ ଚମକୁଥା

   ବରଷା ବିନ୍ଦୁରେ ଭିଜୁଥା

ଶଶୀ କିରଣରେ ଶୀତଳ ଲାଗୁଥା ।।

   ସ୍ନେହ ପ୍ରେମ ଶିିଷ୍ଟାଚାର

    କେତେ ମୂଲ୍ୟ ବାନ

 ତୁ ମୋତେ ଦେଉ ଚେତାଇ

ହେ ପ୍ରକୃତି ଘେନ ବିିନତି ମୋର

 ମୋ ଠାରୁ ଯିବୁନି ଦୂୂରେଇ

ତୋ ଚୁପି ଚୁପି କୋମଳ କଥା

ମୋ କାନେ ସବୁଦିନେ ବାଜୁଥାଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract