STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ପ୍ରତିକ୍ଷଣ ଫାଇଲରେ

ପ୍ରତିକ୍ଷଣ ଫାଇଲରେ

1 min
239


କେତେ କେତେ ଭୋକିଲା ପେଟ ଏଠି ଘୁରିବୁଲୁଥାଏ

ସାରା ଦିନ ସାରା ରାତି

ଏଇଠି ଯେଉଁଠି ନିୟମ ଭଙ୍ଗା ଯାଏ ଗଢ଼ା ଯାଏ

ଫାଇଲ ଫର୍ଦରେ ଅଫିସ ହତାରେ


ଅନେକ ଆଖିରୁ ପାଣି ସରି ଆସିଲାଣି

କେତେ କେତେ ଆଖି ଭୁଲିଗଲାଣି ସ୍ବପ୍ନ ଦେଖିବାଟା

ଏଇଠି ଯେଉଁଠି କିଏ କେତେ ପାଏ ନିଅ

ଆଙ୍ଗୁଠି ଖେଂଜି ସୁରୁଜ ଆଖିରେ

ଫାଇଲ ଫର୍ଦରେ ଅଫିସ ହତାରେ


ଚାଲି ଚାଲି ଅନେକ ପାଦ ଥକି ଗଲାଣି

ପୂର୍ଣ୍ଣ ପତ୍ର ସବୁଜ ଗଛଟା ନଇଁ ଗଲାଣି

ଥୁଣ୍ଟା ବୟସ ଆଡକୁ

ଏଇଠି ଯେଉଁଠି ନିୟମ ଭାଙ୍ଗି ଗଢ଼ାହୁଏ

ନୂଆ ଫାଇଲ ଫର୍ଦରେ ଅଫିସ ହତାରେ


ଅନେକ ହାତ ଏବେ ବନ୍ଧା ପଡ଼ିଲାଣି

ଆଉ କୋଉ ସାହି ମୁରବି ପାଖରେ

ଘରଣୀର ଯେତେ ଯାହା ସାଇତା ସମ୍ପତ୍ତି

ଫେରିବା ବାଟ ଯେ ଧରୁନି

କୋଉ ବାପ ଅମଳର କେଶ ପାଇଁ

ଯେଉଁଠି ନିୟମ ଗଡେ ବର୍ଷ ବର୍ଷ

ଫାଇଲ ଫର୍ଦ୍ଦରେ ଅଫିସ ହତାରେ


କିଏ ଦାୟୀ ଏଥି ପାଇଁ

ଯାହା ପାଇଁ ବନ୍ଧା ଅଛି ନିରୀହ ଜୀବନ

ଯାହା ପାଇଁ ପେଟ ସହେ ଭୋକର କଷଣ

ଆଖି ପାଏ ନିର୍ଯ୍ୟାତନା

ନିୟମ ଭୋଗୁଛି କାରାବାସ

ପ୍ରତିକ୍ଷଣ ଫାଇଲରେ ଅଫିସର କାରାଗାରେ ।


Rate this content
Log in