STORYMIRROR

ZYOTSNA PATRAW

Tragedy

3  

ZYOTSNA PATRAW

Tragedy

ମଶାଣି ଆଁରେ ଲଭ

ମଶାଣି ଆଁରେ ଲଭ

1 min
331

ତୁ ତୁମେ ଆପଣ ଭିତରୁ 

ତୁ କେହି ନୁହଁ ବୋଲି 

ମୁଁ ଭଲକି ଜାଣିଛି 

ସେଥିପାଇଁ ମୁଁ ଶ୍ମସାନ  

ମୋ ଦେହ ତାୱାରେ 

ତୋ ଗର୍ବ ଅହଂକାର 

ହୁତ ହୁତ କରି 

ଜାଳି ମୁଁ ଦେଉଛି 


ମୁଁ ଜାଳି ପାରୁନି ତୋ ଦେହର 

ଦୟା କରୁଣା ମମତାକୁ 

ଯାହା ବାମ୍ଫ ହୋଇ 

ଉଡି ଯାଉଛି ଦୂରକୁ ଦୂରକୁ 

ତୋତେ ଟିକେ ଅମର କରିବାକୁ 


ତୁ ଶବ ହୋଇ ଶୋଇଗଲାପରେ 

ସବୁ ମାୟା ବନ୍ଧନ ଦୂରେଇ ଯାଇଛି 

        କିନ୍ତୁ 

ତୋ ଗୋଡର ନଖ କୋଣରେ 

ଏବେ ବି ଲାଗିଛି କିଛି ମାଟି 

ସେ ମାଟିକୁ ଜାଳିବାର

 ସାମର୍ଥ୍ୟ ବି ନାହିଁ ମୋର 

ଯାହା ଏଇ ତୋ ଜନମ ମାଟିର 

ଗାଁ ମାଟି ପାଇଁ ତୋ ଭଲ ପାଇବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy