ଦୁନିଆଁ
ଦୁନିଆଁ
ଦୁନିଆଁ ତ ଦୁଇ ନିଆଁ
ଏନ୍ତୁଡ଼ି ଆଉ ମଶାଣି
ତା ଭିତରେ ଜୀବନ
ଦେଇ ଚାଲେ ଅନେକ ଅଗ୍ନି ପରୀକ୍ଷା l
ଅହରହ ଜଳେ ସେ ନିଆଁରେ
କର୍ମ ପ୍ରବଣତାରେ
ତିକ୍ତ ଅନୁଭବରେ
ମନ ହୁଏ ଅତୀବ କଶାୟ
ଜୀବନ ବିନ୍ଦୁର l
ଚାରିପାଖେ ବୃତ୍ତ ଆଙ୍କୁଥିଲେ ବି
ଭୁଲ ହୋଇଯାଏ ପରିଧିର ସଂଜ୍ଞା
ଜୀବନ ଖାତାରେ ଅଙ୍କ କଷୁ କଷୁ
ଧାରା ପ୍ରୟୋଗରେ ବି l
ଭୁଲ ହୁଏ ସମାଧାନ
ସୂତ୍ର ତ ସାଧନା ଶାଣିତ
ନିର୍ଭୁଲ ଚିରାଚରିତ
ତଥାପି କାହିଁକି ହୁଏ ଏପରି l
ଦୁଇ ସର୍ନିହିତ କୋଣ
ପରସ୍ପର ପରିପୂରକ
ହୋଇ ବି ପିଟିଦେଲେ
ଅପଵାଦର ନାଗରା l
ଅନେକ ଯାତନା
ଭେଦିଯାଏ ଶିରା ପ୍ରଶିରାରେ
ଲୋମ ଉଠେ ଟାଙ୍କୁରି
ହତାଦର ଅନାଦର ପ୍ରତି
ମୁହୂର୍ତ୍ତରେ l
କି ପରୀକ୍ଷା ଇଏ
ନ ଥାଏ ତ ଟିକେ
ଦରଦୀର ସ୍ୱର
ଯାହାପାଇଁ କୁଛ୍ର ସାଧନା
ସହାନୁଭୂତି ବଦଳରେ l
କରନ୍ତି ହତାଦର
ଯିଏ ନେଉଥିଲେ କୋଳେଇ
ଅବହେଳା ସେମାନଙ୍କୁ
ହୁଏତ ଆଜି ଭୋଗୁ
ସେଇ ପାପର ଫଳକୁ l
କ୍ଷମସ୍ବ ହରି
କର୍ତ୍ତବ୍ୟର ଦ୍ୱାହିଦେଇ
ଆଜି ଏ କଷଣ
ଏ ଦୁନିଆଁ ମଞ୍ଚେ ଅଭିନୟ ସାରି
ଦିଅ ସୁଭାଶିଷ
ଶ୍ରୀପୟରେ ଲୋଟିଯାଉ
ଜୀବନର ତରୀ |
