STORYMIRROR

Swarnalata Dash

Abstract

4  

Swarnalata Dash

Abstract

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
372

ସାମାଜିକ ଜୀବନର ପରମ୍ପରା

ରୀତିନୀତି ଆଦର୍ଶରେ

ଭାରତ ସଭ୍ୟତା ଅତୀବ ପ୍ରାଚୀନ

ପରିପୁଷ୍ଟ ସଂସ୍କୃତିରେ

ଉତ୍ସଵ ପ୍ରିୟ ତ ଓଡିଶାବାସୀଏ

ପାଳନ୍ତି ପର୍ବ ପର୍ବାଣି 

ଗୃହ ଶରୀର ଓ ମନକୁ ନିର୍ମଳ

କରି ପୂଜାର୍ଚ୍ଚନା କରି

ପୂଜା ପାର୍ବଣର ଅଟେ ମୂଳ ଲକ୍ଷ୍ୟ

ଜଗତ ଜନଙ୍କ ହିତ

ଶିବ ଶକ୍ତି ରାମ ଆରାଧନା କରି

ରଖେ ସମତା ଭାତୃତ୍ୱ

ବାର ମାସେ ତେର ପର୍ବ ହୁଏ ଏଠି

ଦୀପାବଳି ଅଟେ ସାର

ଅମାବାସ୍ୟା ତିଥି କାର୍ତ୍ତିକ ମାସରେ

ଆୟୋଜିତ ଏ ପର୍ବର

ଘରେ ଘରେ ସଜ୍ଜା ଆଲୋକର ମାଳା

ପିତୃପୁରୁଷଙ୍କୁ ଡାକୁ

ପିଠା ପଣା କରି ପିଣ୍ଡ ଦାନ ଦେଇ

ଚଉରାମୂଳରେ ପୂଜୁ

ଦୀପର ଦିହୁଡି ଜଳେ ଧାଡି ଧାଡି

ଆତସବାଜି ଫୁଟାନ୍ତି

ତମସା ହଟାଇ ଜ୍ୟୋତିର୍ମୟ କରି

ସୁନିର୍ମଳ ହୁଏ କ୍ଷିତି

ପରିବାର ସବୁ ଏକାଠି ହୋଇଣ

ହାତ ଟେକି ଦୀପ ଜାଳି

ଡାକନ୍ତି ବଡ଼ବଡୁଆ ସ୍ୱର୍ଗେ ଯାଅ

ଆମକୁ ଆଶୀଷ ଢାଳି

ଅନ୍ଧାରରେ ଆସ ଆଲୋକରେ ଯାଅ

ତୃପ୍ତ କରି ମନ ଆହା

ବାଇଶି ପାହାଚେ ଗଡ଼ଗଡେଇକି

(ଆମକୁ )ଅମୃତ ଦୃଷ୍ଟିରେ ଚାହଁ

କାଳିରୂପେ ମାତା ଶିବଙ୍କୁ ଦଳିଲେ

ପାଆନ୍ତି ସେଦିନୁ ପୂଜା

ଗାଁରୁ ସହର ମଣ୍ଡପେ ବିରାଜି

ମହା ସମ୍ଭର୍ଭରେ ସଜ୍ଜା

ଏହି ଦିନ ପୁଣି ତ୍ରେତୟାରେ ରାମ

ରାବଣକୁ ମାରି ଫେରି

ଅଯୋଧ୍ୟାବାସୀ ସ୍ୱାଗତ କରିଥିଲେ

ଆଲୋକ ରୋଷଣୀ ଜାଳି

ସନାତନ ଧର୍ମେ ବଞ୍ଚିଛି ସଂସ୍କୃତି

ଯୁଗେ ଯୁଗେ ରହିଥିବ

ଶାନ୍ତି ମୈତ୍ରୀ ପ୍ରୀତି ସ୍ନେହ ବନ୍ଧନରେ

ଭାଇଚାରା ବାଣ୍ଟୁଥିବ

କେହି ରହିନାହିଁ ରହିବ ନାହିଁଟି

ଅନିତ୍ୟ ମର୍ତ୍ତ୍ୟ ମଣ୍ଡଳ

କର୍ମରେ ସଫଳ ସେବା ଧରମରେ

କୀର୍ତ୍ତି ରଖେ କାଳ କାଳ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract