STORYMIRROR

Swarnalata Dash

Children

3  

Swarnalata Dash

Children

ନବ ଦୁର୍ଗା

ନବ ଦୁର୍ଗା

1 min
140

ବଜାଏ ଶରତ ଶୁଭ ସାହାନାଇ

ରବି ବିଛାଇଛି ସ୍ବର୍ଣ୍ଣାଭ ରଶ୍ମି

ଆସ ମାଆ ଦୁର୍ଗେ ଅବତୀର୍ଣ୍ଣା ହୁଅ

ଶୁଭଙ୍କରୀ ହୁଅ ଦୁଷ୍ଟ ବିନାଶି

ଆଶ୍ୱିନ ମାସରେ ନବରାତ୍ରୀ ପୂଜା

ନାନା ବର୍ଣ୍ଣେ ନିରାଜନା ତୋହର

ଶୁମ୍ଭ ନିଶୁମ୍ଭ ତ ମହିଷାଅସୁର.

ନିଧନ କରିଛୁ ଧରି ତ୍ରିଶୂଳ

 ନବ ରାତ୍ରୀପାଇଁ ପ୍ରଥମ ଦିବସେ

ଶୈଳ ପୁତ୍ରୀ ନାମ ବୋଲାଇ ଥାଉ

ଦ୍ଵିତୀୟରେ ବ୍ରହ୍ମଚାରିଣୀ ତୋ ନାମ

ଚନ୍ଦ୍ରଘଣ୍ଟା ନାମ ତୃତୀୟେ ବହୁ

ଚତୁର୍ଥ ଦିବସେ ଦୁର୍ଗା ବେଶ ହେଉ

ସ୍କନ୍ଧମାତା ନାମ ପଞ୍ଚମେ ଦିନେ 

ଷଷ୍ଠୀରେ ଧରିଲୁ କାତ୍ୟାୟିନୀ ବେଶ

କାଳରାତ୍ରୀ ପୂଜା ପାଉ ସପ୍ତମେ

ମହା ଗୌରୀ ଦେଵୀ ବୋଲାଉ ଅଷ୍ଟମେ

ବିଜେ ନାନା ନାନା ମଣ୍ଡପେ

ନବମେ ସିଦ୍ଧିଦାତ୍ରୀରୂପେ ବିରାଜୁ

ଦର୍ଶନ କରନ୍ତି ଭକତ ସର୍ବେ

ଦଶହରା ଦିନ ବିଜୟା ଦଶମୀ

ଦୁଷ୍ଟ ନାଶି ଗର୍ବ କରୁ ଖର୍ବ 

ବିଶେଷେ ଅପରାଜିତା ପୂଜା ହୁଏ

 ଘଟ ବିସର୍ଜନ ଶେଷ ପାର୍ବ

ଭକ୍ତି ଭରେ ପୂଜେ ସୋନି ତୋ ପୟରେ

ଆଜି ଏଇ ପାର୍ବଣରେ

ଦିଅ ଶୁଭାଶିଷ ହସୁ ବସୁନ୍ଧରା

ଦୁଃଖ କଷ୍ଟ ଯାଉ ଦୂରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children