STORYMIRROR

Ajit Kumar Raut

Abstract Inspirational Children

5  

Ajit Kumar Raut

Abstract Inspirational Children

ଇତିହାସ ରଚିଲା ଭାରତ

ଇତିହାସ ରଚିଲା ଭାରତ

1 min
443


ରାଗ:- ବଙ୍ଗଳା ଶ୍ରୀ


ତେଇଶି ତାରିଖ       ଅଗଷ୍ଟ ମାସର

      ଦୁଇ ହଜାର ତେଇଶି

ନୂଆ ଇତିହାସ        ରଚିଲା ଭାରତ

      ଦେଶବାସୀ ଅତି ଖୁସି।


ତେଇଶି ତାରିଖ................


ଦେଖୁ ଅଛି ଦମ୍      ସାରା ବିଶ୍ବ ଆଜି 

     କରି ନାହିଁ କେହୁ କଲା

ଚନ୍ଦ୍ର ମାମୁଙ୍କର       ଦକ୍ଷିଣ ଧୃବରେ

     ତ୍ରିରଙ୍ଗା ନିଜ ଗାଡ଼ିଲା।


ତେଇଶି ତାରିଖ..............


କମ୍ କେଉଁ କ୍ଷେତ୍ରେ     ନୁହେଁ ଟି ଭାରତ

      କରୁଛି କୀର୍ତ୍ତି ଗୁଞ୍ଜନ

ଚନ୍ଦ୍ରର ପୃଷ୍ଠରେ        ଚନ୍ଦ୍ରଯାନ ତିନ

     ଖୋଜିବେ ବ୍ରହ୍ମାଣ୍ଡ ପୁନଃ।


ତେଇଶି ତାରିଖ...............


ଦେଶର ପ୍ରଧାନ      କର୍ତ୍ତବ୍ୟେ ଭୂଷିତ

     ଚିନ୍ତା ମାତ୍ର ଟି ରାଷ୍ଟ୍ରର 

ମନ୍ତ୍ର ଯାର ହୃଦେ      ଦେଶର ଉନ୍ନତି  

      ହୁଏ ନୂଆ ଆବିଷ୍କାର।


ତେଇଶି ତାରିଖ............


ଅସଫଳତାରେ ‌      ସଫଳତା ଅଛି 

      କିମ୍ପା ଚିନ୍ତା ଅସଫଳେ?

କରନ୍ତି ପ୍ରେରିତ      ବୈଜ୍ଞାନିକଙ୍କୁସେ

      ସଫଳ ତୁ କର୍ମ ବଳେ ।


ତେଇଶି ତାରିଖ.............


ଚନ୍ଦ୍ରଯାନ ଦୁଇ       ଚିନ୍ତା ଦୂର କରି

      ଲାଗି ଗଲେ ଅଭିଯାନେ

ଚନ୍ଦ୍ରଯାନ ତିନ‌‌      ହୋଇଲା ସଫାଳ 

       ତ୍ରିରଙ୍ଗା ଚନ୍ଦ୍ର ଭୁବନେ।


ତେଇଶି ତାରିଖ............


ଚନ୍ଦ୍ର ଭୂବନରୁ      ବ୍ରହ୍ମାଣ୍ଡ ଖୋଜିବେ

      କହିଲେ ବେଶ ପ୍ରଧାନ

ମାନବ କଲ୍ୟାଣ     ପାଇଁ ଆବଶ୍ୟକ

      ବିଦେଶୀ ଭୂମିରୁ ପୁନଃ।


ତେଇଶି ତାରିଖ.............


କରିଲେ ଗର୍ବିତ     ବୈଜ୍ଞାନିକ ଆମ

     ତାଙ୍କୁ ଟି ଅଭିନନ୍ଦନ

ଖୁସି ଭରି ଦେଲେ     ଭାରତବର୍ଷକୁ

     ପୌରୁଷ ତାଙ୍କ ଗୁଞ୍ଜନ।


ତେଇଶି ତାରିଖ.........


କୃଷ୍ଣ ରାମ ଭୁଇଁ    ଅଟେ ଏ ଭାରତ 

     ଯାର ଅହିଂସାର ମନ୍ତ୍ର 

ଯାହା କିଛି ଏଠି   ‌ବିଶ୍ବର କଲ୍ୟାଣେ 

     ଶାନ୍ତି ସ୍ନିଗ୍ଧ ପରା ତନ୍ତ୍ର।


ତେଇଶି ତାରିଖ..........


ଶୁଭାରମ୍ଭ ପରା    ଅମୃତ କାଳର

    ହେଲା ଟି ଦୃଷ୍ଟିଗୋଚର

ଶତ୍ରୁ ଦେଶ ଆଜି ‌  କରୁଛି ପ୍ରଶଂସା

    ସମୟଟା ଭାରତର।


ତେଇଶି ତାରିଖ............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract