STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାତୃଭାଷା ଶିକ୍ଷା ଅମୂଲ୍ୟ ସମ୍ପଦ!

ମାତୃଭାଷା ଶିକ୍ଷା ଅମୂଲ୍ୟ ସମ୍ପଦ!

1 min
162

ଅଜିତ କୁମାର ରାଉତ ଗାଁ କଳାବାଡିଆ ! ମୋ ଓଡିଆ ଭାଇ ବନ୍ଧୁ କୁଟୁମ୍ବ ଚିନ୍ତା କର ଥରେ ? ଜୀବନର ମହତ୍ତ୍ଵ, କାହାକୁ କହିବା ? ମାତୃଭାଷା ଶିକ୍ଷା ନାହିଁ ଯାର ହୃଦ ଅନ୍ତର୍ଗତେ, କହିବା କିବା ତାକୁ ଜୀବନ ? ଅଟେ କି ମନୁଷ୍ୟ ଜୀବନ ? ହେ ଓଡ଼ିଆ ଜନ, ଶିକ୍ଷା ଦିଅ ହେ ସନ୍ତାନେ, ଜନନୀ ଭାଷାର ଶିକ୍ଷା ରତନ, ତେବେହିଁ ସନ୍ତାନ ହୋଇବେ ଉନ୍ନତ, ଆତ୍ମନିର୍ଭରଶୀଳ, କର୍ମକ୍ଷେତ୍ରରେ ଆଣିବେ ସେ ସମ୍ମାନ କୀର୍ତ୍ତି, ଗୌରବ,ବୈଭବ, ନିଜ ମାତୃଭାଷାରେ ଶିକ୍ଷା ଅର୍ଜନ କରି ! ବୁଝ ନିଜ ଦାଇତ୍ୱ ହେ ଓଡ଼ିଆ, ମାତୃଭାଷାର ମହତ୍ତ୍ଵକୁ ସମ୍ବିଧାନରେ ଲିଖିତ ହୋଇଛି କି ଯେଉଁ ସରକାର ଦେଶର ଶାସନରେ ଥାଉ ମାତୃଭାଷା ଶିକ୍ଷା ଦେବାର ଦାଇତ୍ୱ ଅଟେ ତାହାର ! କିନ୍ତୁ,ହେ ଭାଇ ଆମ୍ଭଙ୍କୁ ଏକତ୍ରିତ ହେବାକୁ ପଡିବ, ମାତୃଭାଷାରେ ସନ୍ତାନଙ୍କୁ ପଢାଇବାକୁ ପଡିବ, ବହିର ମୁଦ୍ରଣ ବ୍ୟବସ୍ଥା କରାଇବାକୁ ପଡିବ, ଆନ୍ଦୋଳନ ଦରକାର ହେଲେ, କରିବାକୁ ହେବ, ତେବେହିଁ ରକ୍ଷା କରି ପାରିବା ଆମ୍ଭରି ମାତୃଭାଷା ଓଡିଆ, ଅଟେ ଓଡ଼ିଆ ଭୂଇଁ ଏ ସିଂହଭୂମି ଆମ୍ଭର ! ତିରସ୍କାର ନ କର ଭାଇ ହେ ଅମୂଲ୍ୟ ସମ୍ପଦ, ମାତୃଭାଷାରେ ହୁଅ ଭୂଷିତ, ପ୍ରେମ ପ୍ରୀତି ଶ୍ରଦ୍ଧା ଦେଇ ପଢ଼ ମାତୃଭାଷା ନିଜର, ସାର୍ଥକ କର ଜୀବନ, ହୋଇ ଆତ୍ମନିର୍ଭର କୀର୍ତ୍ତି ଅର୍ଜନ ନିଶ୍ଚୟ କରିବ, ରାମରାଜ୍ୟର ସପନ ଅବଶ୍ୟ ପୂରଣ ହେବ ! ଅଜିତ କୁମାର ରାଉତ ଗାଁ କଳାବାଡିଆ ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖ ଝାଡ଼ଖଣ୍ଡ ରାଜ୍ୟ !!


Rate this content
Log in

Similar oriya poem from Abstract