STORYMIRROR

Niranjan Mishra

Abstract

4  

Niranjan Mishra

Abstract

ବିଜୟା ଦଶମୀ

ବିଜୟା ଦଶମୀ

1 min
224

ଜୟ ଜୟ ଦୁର୍ଗା ମା ଗୋ ଦୁର୍ଗତି ନାଶିନୀ 

ଅଯୋନି ସମ୍ଭୂତା ମାତା ଦେବୀ ତ୍ରିନୟନୀ ।


ସଙ୍କଟ ତାରିଣୀ ମା ଗୋ ମଙ୍ଗଳକାରିଣୀ 

ଜଗତଜନନୀ ମା ଗୋ ବିପଦଭଞ୍ଜନୀ ।


କଳି କଳୁଷ ହାରିଣୀ ମାତା ଦୟାମୟୀ

ସଂସାର ସାଗରୁ ରକ୍ଷା କରୁ କୃପା ବହି ।


ମହିଷାସୁର ସଂହାରୀ ଧରାକୁ ରଖିଲୁ 

ଦେବ ମୁନି ଋଷି ସନ୍ଥ ସଭିଙ୍କୁ ପାଳିଲୁ ।


ଅସାର ସଂସାରେ ତୋର ନାମ ଏକା ଭେଳା 

କେତେ ରୂପ ଧରି ମାତ କରୁ ଲୀଳା ଖେଳା ।


ଯୋଗମାୟା ତୁହି ମାତା ତୁ ଆଦି ଶକତି 

ସୃଷ୍ଟି ସ୍ଥିତି ଲୟ ହେତୁ ତୁହି ମା ପାର୍ବତୀ ।


ଅନନ୍ତ ନାମ ତୋହର କେ ପାରିବ କହି 

ଶରଣବତ୍ସଳା ଅମ୍ବେ ତୁହି କୃପାମୟୀ ।


ଆଶ୍ୱିନ ଶୁକଳ ପକ୍ଷେ ମହିଷାମର୍ଦ୍ଦିନୀ

ପୂଜିତା ହୋଇଲ ମାତା ବିଶ୍ୱ ବିଜୟିନୀ ।


ଦଶମୀ ତିଥିରେ ମାତା ବିଜୟା ବୋଲାଉ 

ସଂସାରରୁ ଦୁଷ୍ଟ ନାଶି ଶିଷ୍ଟେ ଶାନ୍ତି ଦେଉ ।


ଅସତ୍ ଶକ୍ତି ଉପରେ ସତ୍ ର ବିଜୟ 

ହୋଇଲା ମାତା ସଂସାରୁ ଲିଭିଲା ଅନ୍ୟାୟ ।


ବିଜୟା ଦଶମୀ ଦିନ ମହିଷାସୁରର 

ସଂହାର କରି ନାଶିଲୁ ଭାରା ପୃଥିବୀର ।


ବିଜୟ ଉଲ୍ଲାସେ ପୁଲକିତ ଦଶଦିଶ 

ଦେବ ମାନବ ସଭିଏଁ ହୋଇଲେ ହରଷ ।


ମାତା ବିଜୟା ତୋ ପାଦେ ଏହି ନିବେଦନ

କାଳେ କାଳେ କୃପା କରି ରଖ ତୋ ସନ୍ତାନ ।


ତୋ ପାଦପଦ୍ମରେ ସଦା ମତି ମୋର ଥାଉ ।

ନାମ ତୋର ଗାଇ ଏ ପିଣ୍ଡରୁ ଜୀବ ଯାଉ ।


Rate this content
Log in

Similar oriya poem from Abstract