STORYMIRROR

ଅନିଲ କୁମାର ଲେଙ୍କା

Abstract

5  

ଅନିଲ କୁମାର ଲେଙ୍କା

Abstract

ଭକ୍ତି

ଭକ୍ତି

1 min
429


କେମିତି ଚାଲିବି ଜୀବନ ରାସ୍ତାରେ ପ୍ରଭୁ ହେ ପଥ ଦେଖାଅ

କେମିତି ସହିବି ଦୁଃଖ କଷ୍ଟ ବ୍ୟଥା ଆଶିଷେ ବାଟ କଢାଅ 

କେମିତି  କରିବି  ବିପଦର ସାମ୍ନା ସାହସ ଟିକିଏ ଦିଅ

ବୁଦ୍ଧି ବଳ ଶକ୍ତି ଦେଇ ଏ ଶରୀରେ ନିଜର ତ କରି ନିଅ ।।


ଅଶାନ୍ତିର ଝଡ ବହିଯାଏ ସଦା କେମିତି ପାଇବି ଶାନ୍ତି

ଦୀପଶିଖା ହେଇ ଆଲୋକିତ କର ପାହୁ ମୋ ଅନ୍ଧାର ରାତି 

ତୁମରି ଶରଣେ ରଖିଲେ ରଖିବ ଦୟା ଥିଲେ ମୋର ପ୍ରତି

ତୁମରି ସେବାରେ କାଟିବି ଜୀବନ କରୁଥିବି ସଦା ଭକ୍ତି ।।


ଯେତେ କରିଲେ ବି ତର୍ପଣ ପୂଜନ ପାପ କି ପାରିବ ଧୋଇ

କି ଲାଭ ବା ଅଛି ପୂଜା ଅର୍ଚ୍ଚନାରେ ମନ ଯଦି ସଫା ନାହିଁ 

ଲୋକ ଦେଖାଣିଆ ଭକ୍ତି ଭାବନାରେ ପାପକି ଛାଡିବ ଭାଈ 

ଭକ୍ତି ଭାବେ ଘିଅ ବଳିତା ଜାଳିଲେ କରୁଣା କରିବେ ସାଇଁ ।।


ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ  ଆସକ୍ତି ଛାଡିବା ଆମେ

ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନାମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract