ଭକ୍ତି
ଭକ୍ତି
କେମିତି ଚାଲିବି ଜୀବନ ରାସ୍ତାରେ ପ୍ରଭୁ ହେ ପଥ ଦେଖାଅ
କେମିତି ସହିବି ଦୁଃଖ କଷ୍ଟ ବ୍ୟଥା ଆଶିଷେ ବାଟ କଢାଅ
କେମିତି କରିବି ବିପଦର ସାମ୍ନା ସାହସ ଟିକିଏ ଦିଅ
ବୁଦ୍ଧି ବଳ ଶକ୍ତି ଦେଇ ଏ ଶରୀରେ ନିଜର ତ କରି ନିଅ ।।
ଅଶାନ୍ତିର ଝଡ ବହିଯାଏ ସଦା କେମିତି ପାଇବି ଶାନ୍ତି
ଦୀପଶିଖା ହେଇ ଆଲୋକିତ କର ପାହୁ ମୋ ଅନ୍ଧାର ରାତି
ତୁମରି ଶରଣେ ରଖିଲେ ରଖିବ ଦୟା ଥିଲେ ମୋର ପ୍ରତି
ତୁମରି ସେବାରେ କାଟିବି ଜୀବନ କରୁଥିବି ସଦା ଭକ୍ତି ।।
ଯେତେ କରିଲେ ବି ତର୍ପଣ ପୂଜନ ପାପ କି ପାରିବ ଧୋଇ
କି ଲାଭ ବା ଅଛି ପୂଜା ଅର୍ଚ୍ଚନାରେ ମନ ଯଦି ସଫା ନାହିଁ
ଲୋକ ଦେଖାଣିଆ ଭକ୍ତି ଭାବନାରେ ପାପକି ଛାଡିବ ଭାଈ
ଭକ୍ତି ଭାବେ ଘିଅ ବଳିତା ଜାଳିଲେ କରୁଣା କରିବେ ସାଇଁ ।।
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ
ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନାମେ ।।