STORYMIRROR

ଅନିଲ କୁମାର ଲେଙ୍କା

Abstract Fantasy

4  

ଅନିଲ କୁମାର ଲେଙ୍କା

Abstract Fantasy

ସ୍ମୃତି- ୬

ସ୍ମୃତି- ୬

1 min
205


ଆଜି ମୋ ଜୀବନ ନାଟକ ଲାଗୁଛି

   ଯେହ୍ନେ ସହଜ ସରଳ

ଅନାୟସେ ପୁଣି ଆନନ୍ଦ ଗଭୀରେ

   ନେତ୍ରୁ ବହେ ଅଶ୍ରୁଜଳ ।।


ଗଙ୍ଗା ସମ ଏଠି ଶ୍ରାବଣର ଧାରା

   ଯାଉଛି ଧାରାରେ ବହି

ଚପଳାର ଯାହା କଳା ମେଘେ ପୁଣି

   ଚମକ ଯେତେ ଲାଗଇ ।।


ବିରହ ବେଦନା ଅସହ୍ୟ ହେଉଛି

   ଖୁସି ନାହିଁ ମୋର ମନେ

କାନ୍ତି ମୋର ଲାଗେନାହିଁ ଜମା ଆଉ

   ଏହି ଯୁଗଳ ନୟନେ ।।


ଭାସିଆସେ ମେଘ ସଙ୍ଗେ ବହୁ ଦୂରୁ

    ଶାନ୍ତ ଶୀତଳ ପବନ 

ତରୁ ପ୍ରାଣେ ଭରି ହୃଦୟର ତୀରେ

    ବେଦନା ଭରା ସ୍ପନ୍ଦନ ।।


ତାମସ ସନ୍ଧ୍ୟାର ଦୂରେ ଦିଶେ କିଆଁ 

    ଅସ୍ପଷ୍ଟ ସବୁ ପ୍ରକାଶ 

ହଜିଲା ଦିନର ଖୋଜିଲା ଅତୀତ

    ମୃଦୁ ମଧୁର ଆଭାସ ।।


ଦୁହେଁ ସାଥି ବସିଥିଲୁ ଏକ ମନେ

    ନିରିଜନ ନଦୀ ତୀରେ

ପ୍ରାଣର ସେ ପ୍ରିୟ ବେଳ ଚାଲିଗଲା

  ହଜିଗଲେ ଧୀରେ ଧୀରେ ।।


ଏକଇ ସ୍ପନ୍ଦନ ଯେମିତି ବହୁଛି

    ଆମ ଏଇ ଦୁଇ ପ୍ରାଣେ

ଏକଇ ଆମର ପ୍ରୀତି ରହିଥାଉ

    ନୀରବ ନିଶ୍ଚଳ ଗାନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract