STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

ହସ ରହସ୍ୟ

ହସ ରହସ୍ୟ

2 mins
383

ହସର ରହସ୍ୟ କହୁଛି ସୁଜନେ 

             ଶୁଣ ଦେଇ ମନକର୍ଣ୍ଣ 

ଭିନ୍ନ ଭିନ୍ନ ହସ ଅସଲି ରହସ୍ୟ 

            କେମିତିକା ତା'ର ଗୁଣ ।୧।

'ହସ ହସ ମୁହଁ' ସମସ୍ତଙ୍କ ପ୍ରିୟ

            ଦେଖିବାକୁ ମନୋରମ             

ଭିତର ମୁଖାକୁ ଲୁଚେଇ ରଖିବା 

          ଅଟେ ତା'ର ମୁଖ୍ୟ କାମ ।୨।

'ପ୍ରୀତିଭରା ହସ' ଅତ୍ୟନ୍ତ ସରସ

           ଫସେଇବା ତା'ର ଧର୍ମ

ନାରୀ ମାନଙ୍କର ଅମୋଘ ଅସ୍ତ୍ର ସେ

            ପୁରୁଷଙ୍କୁ କରେ ପ୍ରେମ ।୩।

କାର୍ଯ୍ୟ ହାସଲରେ ଅତି ସହଯୋଗୀ

           ଯାହା କହେ ଆମ ଶାସ୍ତ୍ର 

କାମ ଉଦ୍ଦୀପନା ସୃଷ୍ଟି କରି ହସ

            ପୁରୁଷଙ୍କୁ କରେ ବଶ ।୪।

ନୀରବରେ ବସି ସବୁ କିଛି ଦେଖି

          ଓଠକୁ ସାମାନ୍ୟ ମେଲି             

ମନରେ କାହାର ଆଘାତ ନଦେଇ

           'ସ୍ମିତ ହସ' ଯାଏ ଖୋଲି ।୫।          

ଆଲୋଚନା ଚକ୍ରେ ଭାଗ ନେଇ ମଧ୍ୟ

            ପ୍ରସଙ୍ଗରୁ ଦୂରେ ବସି                       

ଧର୍ଯ୍ୟ ସହକାରେ ସବୁ ଦେଖି ଶୁଣି 

           ନୀରବରେ ଯାଏ ଖସି ।୬।  

ଭାରି ବଦମାସ ଅଟେ ଯେଉଁ ହସ

          ନାମ ତା 'ମୁରୁକା ହସ' 

ପରସ୍ପର ମଧ୍ୟେ ଲଢେଇ ଲଗେଇ

          ହୁଏ ସେହି ଅମୋଦିତ ।୭।

ଅନେକ ସମୟ ତିଷ୍ଠି ରହେ ହସ

         ସ୍ଥାନ କାଳ ପାତ୍ର ଦେଖି

ଝୁଲି ରହିଥାଏ ମଣିଷ ମୁହଁରେ

          ମନେ ମନେ ହୁଏ ଖୁସି ।୮।

ହଇରାଣ କରି ଧୋକା ଦେଇଥାଏ

          'କୁଟିଳ ହସଟି' ଜାଣ

ସ୍ୱାର୍ଥ ପାଇଁ ଭାରି ଚକ୍ରାନ୍ତକାରୀ ସେ

          ପ୍ରତିଶୋଧ ପରାୟଣ ।୯।

ଚକ୍ରାନ୍ତ ସମୟେ ଏହି ହସ ସୃଷ୍ଟି

          ଅନ୍ୟପାଇଁ ଅମଙ୍ଗଳ

କାର୍ଯ୍ୟ ହାନି କରି କ୍ଷତି କରେ ସେହି

          ପ୍ରକୃତିରେ ଭାରି ଖଳ ।୧୦।

ସତ୍ୟ ଚାପିବାକୁ ମୁଖ ମଣ୍ଡଳରେ

          'କୁତ୍ରିମ ହସ'ର ସୃଷ୍ଟି 

ଇଚ୍ଛା ନ ଥାଇ ବି ହସିବାକୁ ହୁଏ

         ଘଟଣାକୁ ଦେଇ ଦୃଷ୍ଟି ।୧୧।

ମୁଖା ସଦୃଶ ଏ ହସ କାମ କରେ

         କାମ ଚଳାଇବା ପାଇଁ 

ସମ୍ପର୍କର ମୂଲ୍ୟ ବୁଝି ସେ ଅବୁଝା

        ସମସ୍ୟାରୁ ଦୂରେ ରହି ।୧୨।

'ମନ ଖୋଲା ହସ' ସମ୍ପର୍କକୁ ଯୋଡ଼େ

         ଆତ୍ମାରୁ ତାହାର ସୃଷ୍ଟି 

ଅନାବିଳ ବୋଲି ଘନିଷ୍ଠତା ବଢେ

        ମୁହଁରେ ଉଠିଲେ ଫୁଟି ।୧୩।

ମଜା ମଉଜରେ 'ଠୋ ଠୋ ହସ'

          ଶବ୍ଦ ପ୍ରଦୂଷଣ କରେ

ସମାଜରେ ଏହି ହସର ପ୍ରାଧାନ୍ୟ

        ଦିଅନ୍ତିନି କେହି ଥରେ ।୧୪।

'ଖିଲି ଖିଲି ହସ' ଶିଶୁର ମୁହଁରେ 

       ଉଠିଥାଏ ଯେବେ ଫୁଟି 

ଦେଖିବାକୁ ତାହା ଅତି ମନୋରମ

        ଦେଖିଲେ ଲାଗଇ ଖୁସି ।୧୫।

ଶୈଶବରେ ଶିଶୁ ଗୋଡ଼ ହାତ ଟେକି

         ମୁହଁରେ ନିଷ୍ପାପ ହସ

କଥା କହିବାର ପୂର୍ବାଭାଷ ଦିଏ

        ନାମ ତା 'ଦରୋଟି ହସ' ।୧୬।

'ମନ ଜିଣା ହସ' ଝରଣା ସଦୃଶ

          ଶବ୍ଦ କରି ଝରୁଥାଏ 

ସାଧାରଣ ଭାବେ ନାରୀଙ୍କ ମୁଖରେ

        ଏହି ହସ ଶୋଭା ପାଏ ।୧୭।

ପୁରୁଷ ଓ ନାରୀ ମିଳନ ବେଳରେ

         ଆଖିକୁ ମିଶେଇ ଆଖି 

ଅଧା ଦନ୍ତ ପଂକ୍ତି ଉଭୟ ଦେଖେଇ

         ହୋଇଥାନ୍ତି ଭାରି ଖୁସି ।୧୮।

ମିଳନ ବେଳରେ ଏଭଳି ହସିଲେ

         'ମାଦକ ଭରା ଏ ହସ' 

ନିଷ୍ପଲକ ଭାବେ ପରସ୍ପର ଚାହିଁ

          ପିଅନ୍ତି ପ୍ରୀତିର ରସ ।୧୯।

ହସର ଲହଡି ମନ ସୀମା ଡେଇଁ 

       ଆଖିରେ ହୋଇଲେ ଦୃଶ୍ୟ

ନୟନ ପିତୁଳା ଖୁସିରେ ନାଚନ୍ତି

         'ଆଖିଭରା ଏହି ହସ' ।୨୦।

ସୁଖ ଦୁଃଖ କଷ୍ଟ ଖାତିରି ନ କରି

        ହୃଦୟକୁ ଖୋଲି ଦେଇ

ଖୁସି ବିସ୍ଫୋରଣେ ହସ ଦୃଶ୍ୟ ହେଲେ

       'ମତୁଆଲା ହସ' ସେହି ।୨୧।

ସ୍ଥାନ କାଳ ପାତ୍ର ବିଚାର ନ କରି

        ଅବସ୍ଥାକୁ ହେୟ ମଣି 

ଅଲକ୍ଷଣା ହୋଇ ଦାନ୍ତ ଦେଖାଇଲେ 

        'ହେଁ ହେଁ ହସ' ଜାଣି ।୨୨।

ସ୍ୱାର୍ଥର ସାରଥୀ କ୍ଷମତାରେ ଅନ୍ଧ

      ଦୁର୍ବଳ ଶ୍ରେଣୀର ଲୋକ

ଚତୁରତା ସହ ଅନ୍ୟକୁ ତେଲେଇ

     ହସେ ସେ 'ତେଲିଆ ହସ' ।୨୩।

ହସ ମହୋଷଧି ଜାଣେନାହିଁ ଯିଏ

       ଦୁର୍ବଳ ଶ୍ରେଣୀର ସେହି

କଦବା କୋଚିତ ହସିଦିଏ ଯେବେ

        'ଶୀର୍ଣ୍ଣ ହସ' ତାକୁ କହି ।୨୪।

ବିରଳ ସେ ହସ ମୋନାଲିସାଙ୍କର

     ମୁଖେ ଦେଇଥିଲା ଦେଖା

ହସର ରହସ୍ୟ ଏଯାଏ ଅଭେଦ୍ୟ

      ଇତିହାସେ ଅଛି ଲେଖା ।୨୫।

'ଅଟ୍ଟାହାସ୍ୟ ହସ' ସମ୍ପୂର୍ଣ୍ଣ କୃତ୍ରିମ 

        ଗୁରୁତ୍ୱ ନଥାଏ ତା'ର

ଯାତ୍ରା ଥିଏଟର ମଞ୍ଚେ ଦୃଶ୍ୟ ହୁଏ

         ଅଭିନୟ ଜଗତର ।୨୬।

ହସ ଏକ କଳା ଶିଖିବା ସମସ୍ତେ

        ମାଗଣାରେ ଉପଲବ୍ଧ 

ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଜରୁରୀ

        ବହୁ ଦୁର୍ମୂଲ୍ୟ ଔଷଧ ।୨୭।


સામગ્રીને રેટ આપો
લોગિન

Similar oriya poem from Abstract