STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ନିଶା ନିବାରଣ

ନିଶା ନିବାରଣ

1 min
8


ନିଶାମୁକ୍ତ ରାଜ୍ୟ ଗଠନ ନିମନ୍ତେ 

ରାକ୍ଷୀ ପୁନେଇ ଦିନରେ 

ରାକ୍ଷୀ ବାନ୍ଧି ରାଣ ଦେଉଛି ଭଉଣୀ 

ଭାଇକୁ ଅତି ଆଦରେ ॥


ନିଶା ଦ୍ରବ୍ୟ କେବେ ଖାଇବୁନି ଭାଇ 

ଆଜିଠୁ ରହିଲା ରାଣ 

ନିଶାମୁକ୍ତ ରାଜ୍ୟ ଅଭିଯାନ ପାଇଁ 

ଆଜିଠୁ କରିବା ପଣ ॥


ଉତ୍ତମ ପ୍ରୟାସ ଭଗ୍ନୀର ଅବଶ୍ୟ 

ମନେ ବିଚାରଇ ଭାଇ 

ସତେ ଏହା କଣ ହୋଇବ ସଫଳ 

କିଏ ବା ପାରିବ କହି ॥


ଭଉଣୀକୁ ଚାହିଁ ପଚାରିଲା ଭାଇ 

କେମିତି କହୁ ଭଉଣୀ 

ନିଶା ବେପାରୀଟି ବଞ୍ଚିବ କେମିତି 

କେହି ନ ଖାଇଲେ କିଣି ??


ନିଶା କାରଖାନା ଖୋଲନ୍ତି ସର୍କାର

କରିବାକୁ ଉତ୍ପାଦନ 

ବେପାରୀ ମାନଙ୍କୁ ବେପାର ନିମନ୍ତେ

ଅନୁଜ୍ଞପ୍ତି ଦେଇ ଦାନ ॥


ଅବକାରୀ ଚାଷ  ମୁନାଫା ବହୁତ 

ଚାଷକୁ କରିଲେ ମନା 

ରାଜକୋଷେ ଟଙ୍କା ଆସିବ କୋଉଠୁ 

ହେବ ମାଗଣା ଯୋଜନା ॥


ନିଶା ଖିଆ ବ୍ଯକ୍ତି ନ ରହିବେ ଯଦି 

କି ଲାଭ ଖୋଲି ଦୋକାନ

କାରଖାନା ପରେ ଖୋଲି କାରଖାନା 

ବୃଦ୍ଧି କରି ଉତ୍ପାଦନ ??


ବାସ୍ତବରେ ଯଦି ସମସ୍ତେ ଚାହାନ୍ତି 

ରାଜ୍ୟ ହେଉ ନିଶାମୁକ୍ତ 

ନିଶା ମୂଳଦୁଆ ତାଡ଼ିବା ଜରୁରୀ 

କରି ମନୋବଳ ଶକ୍ତ ॥


ନିଶା ଅଭାବରେ ମାତାଲ କମିବେ 

ରାଜ୍ୟ ହେବ ନିଶାମୁକ୍ତ 

ନିଶା ପାଇଁ ରୋଗ ଭୋଗ ମୃତ୍ୟୁ କମି 

ଦୂର ହେବ ଦୁଃଖ ଶୋକ ॥


ନିଶା ପାଇଁ ହିଂସା କମିବ ସମାଜେ 

ମଦୁଆ ପାଇଲେ ହ୍ରାସ 

ଉଜୁଡା ସଂସାର ସଜାଡି ହୋଇବ 

ଫୁଟିବ ମୁହଁରେ ହସ ॥


ନିଶା ଖାଇବାକୁ ପ୍ରତ୍ଯକ୍ଷରେ ମନା 

ପରୋକ୍ଷେ ଖୋଲି ଦୋକାନ 

ନିଶାମୁକ୍ତ ରାଜ୍ଯ ହେବ କି ସମ୍ଭବ

କଲେ ନିଶା ନିବାରଣ ??



Rate this content
Log in

Similar oriya poem from Inspirational