STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

ଗେହ୍ଲା ସ୍ୱାମୀ

ଗେହ୍ଲା ସ୍ୱାମୀ

1 min
9

ମାଇପ କଥାରେ ଉଠ ବସ ଯିଏ

   ଗେହ୍ଲା ସ୍ୱାମୀଟିଏ ସେହି

ଗୃହରେ ତାହାର   ବସନ୍ତ ମଳୟ 

    ମୃଦୁ ମନ୍ଦ ବହୁ ଥାଇ ॥


 ଘରେ ମାଈଚିଆ ବାହାରେ ବେହିଆ

   ଶୋଚନା ନକରି ତିଳେ     

ଦେଖେଇ ହୁଅନ୍ତି ମରଦ ପଣିଆ

   ମାଇପ ନଥିବା ବେଳେ ॥


ଶଳା ଶାଳୀ ପାଇଁ ଷଣ୍ଢ ମାର୍କା ଟୋକା

    ଶାଶୁ ଶଶୁରଙ୍କ ପୁଅ 

ଭାଇ ଓ ଭଉଣୀ ପାଖରୁ ଅଲଗା

   ବାପା ମାଆ କେହି ନୁହଁ ॥


ଗେହ୍ଲା ସ୍ୱାମୀ ହୋଇ ଶଳାଶାଳୀ ଭାଇ

   ମନେ ମନେ ଟିକେ ହେଜ 

ଭାରିଜା ଭୟରେ ମାଈଚିଆ ହେଲେ

   ମାଡୁନି ଟିକେ ବି ଲାଜ ॥


ଲେଖୁ ଲେଖୁ ସିନା ଲେଖି ମୁଁ ଦେଉଛି

    ଏକା ଲାଉ ମଞ୍ଜି ମୁହିଁ 

ସତ ମୁଁ କହୁଛି ରାଣ ବି ଖାଉଛି

   ତୁମର ମୁଁ ସାଙ୍ଗ ଭାଇ ॥

 —————@@@————-


Rate this content
Log in

Similar oriya poem from Comedy