ଭଲଦିନକୁ ତିନିବର୍ଷ
ଭଲଦିନକୁ ତିନିବର୍ଷ
# ଭଲଦିନ # ତିନିବର୍ଷ
-ଡ.କୁଳାଙ୍ଗାର
ଭାରତ ଏବେ ଦୁଇଭାଗରେ ବିଭକ୍ତ,
ଦଳେ ଗୋମାଂସଭୋଜୀ, ଆଉଦଳେ ମୋଦିଭକ୍ତ !
ଭଲଦିନ ସର୍କାରକୁ ତିନିବର୍ଷ ହେଲା,
ପ୍ରଚାର ବାବଦେ ତେଣୁ ହେବ ରାଜକୋଷ ପୋଲା !
ନିନ୍ଦୁକେ ପଚାରନ୍ତି- କାହିଁ ଗଲା ତୁମ ଭଲଦିନ ?
ପଦ୍ମଫୁଲିଆମାନେ ଭଲରେ ଅଛନ୍ତି, ଜାଣି କି ପାରୁନ ??
ପୁଣି ପଚାରନ୍ତି ମୂର୍ଖେ- କାହିଁ କଳାଟଙ୍କା ?
n> କିହୋ ପ୍ରଚାର କରନ୍ତେ କ'ଣ ପକେଟ କରି ଫାଙ୍କା ?? କ'ଣନା ବୁଝନ୍ତିନି ଦରବୃଦ୍ଧି, ଜଞ୍ଜାଳ ଅନେକ, ଘରକଥା କେମିତି ବୁଝନ୍ତେ ସେ ତ ବ୍ରହ୍ମଚାରୀ ଲୋକ ! କହୁଛନ୍ତି ଠକିଦେଲେ ଭାଷଣ ଦେଇକି, କେହି କହୁନାଇଁ ମୁଁ ଭୋଟ୍ ଦେଇଚି ଏତିକି ନେଇକି !! ସରକାର ଘୋଡା ହେଲେ ବିରୋଧୀ ତ ଗଧ, ଭଲଦିନେ ମଣିଷଠୁ ଦାମୀ ତେଣୁ ମାଉଁସ ଓ ମଦ !!! କ୍ରିଂ କ୍ରିଂ- ୯୩୩୮୫୮୧୩୦୯ *****