Dr Kulangar

Comedy Others

3  

Dr Kulangar

Comedy Others

ରାଜଧାନୀରେ ଜଗନ୍ନାଥ

ରାଜଧାନୀରେ ଜଗନ୍ନାଥ

1 min
6.9K


ଭୟାତୁର ଜଗନ୍ନାଥ ଝାଳନାଳ

ଓ ଧଇଁସଇଁ ହୋଇ;

ଅତର୍କିତ ପହଁଚିଲେ ଲିଙ୍ଗରାଜଙ୍କ

ରାଜଧାନୀସ୍ଥିତ ପୁରୁଣା ଘରେ ଯାଇ!

ଲିଙ୍ଗରାଜ କହିଲେ ଆସିଲା ପୂର୍ବରୁ

ଟିକେ ଫୋନ୍ କରିଥାନ୍ତେ ସିନା;

ଜଗନ୍ନାଥ କହିଲେ କେମିତି କରିବି

ମୋତେ ପରା ଟେଲିଫୋନ ମନା!!

ଜଗନ୍ନାଥଙ୍କୁ ଘରେ ପାଇ ଲିଙ୍ଗରାଜେ

ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେଲେ;

ଏଇ ଖୁସିରେ ଚାକର ନନ୍ଦି ହାତରେ

ବଜାରରୁ ଛେନା ଓ ଗଞ୍ଜେଇ ମଗେଇଲେ!

କହିଲେ ଆପଣଙ୍କ ଘର ଭଳିଆ

ଆମର ତ ଭଲ ରୋଷେଇ ନୁହଁ;

ତଥାପି ଏତେ ଦିନକେ ଆସିଛ ମାନେ

କଣ ସ୍ଵତନ୍ତ୍ର ଖାଇବ କୁହ?

ଜଗନ୍ନାଥ କହିଲେ ହେ ଲିଙ୍ଗ ଭାଇ

ଏବେ ସେ ସବୁ କିଛି ଦରକାର ନାଇଁ;

ମୁଁ ବଡ ଅସୁବିଧାରେ ପଡି

ଆସିଛି ଆପଣଙ୍କ ସାହାଯ୍ୟ ପାଇଁ!

ଆପଣ ତ ମହାରାଗି ହଣାମରା

କାମପାଇଁ ଆଗରୁ ନାଆଁ ଅଛି;

ଏଇକ୍ଷଣି ଚାଲନ୍ତୁ ମୋ ସାଥୀରେ

ସୈତାନ ଗୁଡାକୁ ହାଣନ୍ତୁ ବାଛିବାଛି!

ଲିଙ୍ଗରାଜ କହିଲେ ଜଗନ୍ନାଥ ଭାଇ

ଆଉ କଣ ସେଇ ଯୁଗ ଅଛି;

ଆଇନି ଏବେ ଭାରି କଡା ତେଣୁ ମୁଁ

ହତିଆର ଥୋଇ ଘରେ ବସିଛି!

ହେଲେ କିଏ ସେ ଆପଣଙ୍କୁ

ଏମିତି ହଇରାଣ କରୁଛି;

ଆପଣଙ୍କ ପୁରୁଣା ଶତ୍ରୁ କଳାପାହାଡର

କଣ କିଏ ବଂଶଧର ଅଛି?

ଜଗନ୍ନାଥ କହିଲେ କହନି କହନି

ମୋ ଘର ଲୋକ ସବୁ;

ନଚଉଛନ୍ତି ମୋତେ ଧନରତ୍ନ

ରୋଷେଇବାସ ଓ ସମୟ କରି କାବୁ!

ମୋତେ ଦେଖାକରି ଆସିଥିବା

ଲୋକଙ୍କୁ ଦୁର୍ବ୍ୟବହାର କରି;

ଶୃଙ୍ଖଳିତ ହେବାକୁ କହିଲେ

ଦଳବଦ୍ଧ ହୋଇ କରନ୍ତି ତେରିମେରି!!

ଲିଙ୍ଗରାଜ କହିଲେ ଭାଇ ସବୁଆଡେ

ଏ ସମସ୍ୟା ଯାଉଛି ବଢି;

ମୋ ପାଖକୁ ଏ ଅଭିଯୋଗ ନେଇ

ନିତି ଆସନ୍ତି କେତେ ବୁଢା ଓ ବୁଢୀ!

ଶୁଣିଥିଲି ତମକୁ ମଝିରେ ଦିନଦିନ

ଉପାସରେ ରଖିଥିଲେ ଖାଇବା ନଦେଇ;

ହେଲେ ଏସବୁ ସାଧାରଣ କଥା

ଘରକଥା ଘରେ ଦିଅନ୍ତୁ ଚଳେଇ!

ଜଗନ୍ନାଥ କହିଲେ ଏଠି ଆପଣଙ୍କର

କ୍ଷମତାଶାଳୀ ସବୁ ସାଇଭାଇ;

କୁହନ୍ତୁ ସେ ବଦମାସ ଗୁଡାକୁ

ଢୁକେଇ ଦିଅନ୍ତୁ ଜେଲ୍ ହାଜତରେ ନେଇ!

ଲିଙ୍ଗରାଜ କହିଲେ ତମପରି

ମୁଁ ବି ନାଚାର ହେ ଭାଇ;

ସେ ସବୁ କରିବା ପାଇଁ

ଆମ ହାତରେ ଭୋଟ କାଇଁ?

-ଡ.କୁଳାଙ୍ଗାର

୯୩୩୮୮୧୩୦୯


Rate this content
Log in

Similar oriya poem from Comedy