Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Kulangar

Comedy

2.5  

Dr Kulangar

Comedy

ଦଳି ଦଳିତ!

ଦଳି ଦଳିତ!

1 min
7.5K


ଜାତିନାମ ଧରି ଡାକ ବେଆଇନ୍ 

କହିଥାନ୍ତି ବିଜ୍ଞଲୋକ;

ଦଳିତ ନାମରେ ସମ୍ବୋଧନ କିନ୍ତୁ

ଲାଗେ ଏବେ ଭାରି ସୁଖ!

ଜ୍ଞାନ ଅଭିଜ୍ଞତା ଦେଖ,

କାହିଁକି ଦେଉଛ ଜାତି ପରିଚୟ

ସତେ ବଢେଇଲା ପରି ଭିଖ!!

ମନାନାଇଁ ଏଠି ରାଷ୍ଟ୍ରପତି ହ୍ଵନ୍ତୁ 

ଧନୀ ଅବା ଅରକ୍ଷିତ;

ସବୁତ ନେଇଛ ସେ ପଦବୀଟାକୁ

ବି କରିଦିଅ ସଂରକ୍ଷିତ!

ବ୍ରାହ୍ମଣ ଓ ଖଣ୍ଡାୟତ,

ଦେଶଛାଡି ଯାନ୍ତୁ ବୋଲି ବିଜ୍ଞପ୍ତି

କର ଶୀଘ୍ର ପ୍ରକାଶିତ!!

ଦକ୍ଷତା ନୁହେଁ ଜାତି ଧର୍ମ ଯଦି

ବ୍ୟକ୍ତିତ୍ଵରେ ହୁଏ ଗଣା;

ଧୀକଧୀକ ଆମ କୈାଶଳଜ୍ଞାନ

ବିଜ୍ଞାନର ଗବେଷଣା!

କ୍ଷତି କଲେ ପଢାଶୁଣା,

ନେତାଏ ଆମକୁ ଶ୍ରଦ୍ଧା କରିବେ

ହେବା ଯଦି ବାଟବଣା!!

ଅମୁକର ଆମେ ସମୁକର ଆମେ

ବୋଲି ଦିନେଦିନେ କହି;

ଆମରି ଭିତରେ ଭେଦଭାବ କରି

ଯାଆନ୍ତି କ୍ଷମତା ନେଇ!

ସବୁ ଗୋଟିଏରେ ଭାଇ,

ଆମ ପରିକା ନେତାମାନଙ୍କର 

ଜାତିଧର୍ମ କିଛି ନାହିଁ!!


Rate this content
Log in

Similar oriya poem from Comedy