ପ୍ରେମ ହାଇକୁ
ପ୍ରେମ ହାଇକୁ
ପାଗଳ ହୋଇଯାଉଥିଲୁ;
ମନ ନୁହେଁ ଦିହିଁଙ୍କର
ଦେହକୁ ଚାହୁଁଥିଲୁ!
#ଦୋଷ
ଆମର ନୁହେଁ
ଏହା ଈଶ୍ୱରଙ୍କର ଦୋଷ;
ସିଏ ଦେଇଥିବା ପ୍ରେମ
ଆମ ହୃଦୟରୁ ହେଲା ଶେଷ!
#ବାହନ
ବର୍ଷବର୍ଷର ସମ୍ପର୍କ ପରେ
ମୋ ସହିତ ଯେଉଁ ଦିନ ବିଛେଦ ହେଲା,
ପ୍ରେମିକା ଠିକ୍ ତା ପରଦିନ
ବାଧ୍ୟହୋଇ ସ୍କୁଟିଟେ କିଣିଲା!
#ନିରସ
ମୁଁ ଗୋଟେ ନିହାତି ନିରସ ଲୋକ
ଦେଇଚି ନିଜକୁ ଧୋକା;
ପ୍ରେମିକାକୁ ପତ୍ନୀ କରିପାରଲିନି କି
କରିପାରିଲିନି ପତ୍ନୀକୁ ପ୍ରେମିକା!
#ଘରଣୀ
ଯିଏ ପଡୋଶୀ ପୁରୁଷ ସହ ଗପେ
ସିଏ ପ୍ରେମିକା,
ଯିଏ ପଡୋଶୀ ମହିଳା ସହ ଗପେ
ସିଏ ଘରଣୀ ଏକା!
-ଡ.କୁଳାଙ୍ଗାର
୯୩୩୮୫୮୧୩୦୯