STORYMIRROR

Snigdha Nayak

Comedy Fantasy Children

3  

Snigdha Nayak

Comedy Fantasy Children

ଭାକୁଡ଼ ଭଜା

ଭାକୁଡ଼ ଭଜା

1 min
78

ଆମରି ଗାଁ ର ମଧୁଆ ଅଜା

ଭାବିଲେ ଦିନେ, ଖାଇବେ ଭାକୁଡ଼ ଭଜା

ଗରମ ଦିନକୁ ପଖାଳ ସାଙ୍ଗେ ଲାଗିବ ଭାରି ମଜା

ତା'ସାଙ୍ଗକୁ ଚକଟା ପାତଳ ଘଣ୍ଟା ଅଧା ସିଝା


ଗରମ ରେ ଘୁରି ଯାଉଛି ଅଜାଙ୍କ ମଥା

ଝାଞ୍ଜି ଏଡାଇ ଚାଲିଛନ୍ତି, ଧରି ହାତରେ ଛତା 

ପହଁଚିଲେ ଯାଇ ମାଛ ହାଟେ

କହିଲେ ଭାକୁଡ଼ କିଲେ କାଟେ

ମାଛ ବଜାର କେତେ ସାଥୀଙ୍କ ସହ ହେଲା ଭେଟ

ସଭିଙ୍କୁ ଏଡାଇ କହୁଥାନ୍ତି ହେଉଛନ୍ତି ସେ ଲେଟ


ଘରେ ପହଂଚି ଭାଜିଲେ ଭାକୁଡ଼

କଡେ଼ଇ ରେ ହୁଏ ତେଲ କଡ଼କଡ଼

ମନ ଖୁସିରେ ଥୋଇଲେ ଚୁଲିମୁଣ୍ଡେ

ଆଜି ସୁଆଦିଆ ଭାକୁଡ଼ ଦେବେ ତୁଣ୍ଡେ


କାନ୍ଧେ ପକାଇ ଗାମୁଛା,ଧରି ଭଜା ଚଣା ମୁଠେ

ଗାଧୋଇବା ପାଇଁ ଗଲେ ସିଏ ନଦୀତୁଠେ

ପୋଷା ବିରାଡି ଭାରି ଖୁସି ଆଜି

ପେଟ ଆଉଁସେ ଅଜାଙ୍କ ଯିବା ଦେଖି


ଅଜା ପଶିଛନ୍ତି ପାଣି ଭିତରେ

ଆଉ ବିରାଡି ପଶିଛି ରୋଷେଇଘରେ

ଖାଇ ଭାକୁଡ଼ , ଫୁଲାଇ ପେଟ ଶୋଇଛି ଦାଣ୍ଡ ଦୁଆରେ

ଆସି ଅଜା ଦେଖିଲେ ନାହିଁ ଆଉ କିଛି କଢେଇ ରେ


ସପନ ହୋଇଲା ଖାଇବା ଭାକୁଡ଼ ଭଜା

ଭାକୁଡ଼ ବଦଳେ, ହୋଇଛି କଣ୍ଟା ସଜା

ଦେଖିଲେ ବିରାଡି ଶୋଇଛି ବାହାରେ

ଦଉଡି ଯାଇ ଦେଲେ ବିରାଡି କୁ ପାହାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy