STORYMIRROR

LALIT MOHAN DASH

Comedy Romance Tragedy

3  

LALIT MOHAN DASH

Comedy Romance Tragedy

ମୋତେ ଭାରି ଭଲ ଲାଗେ

ମୋତେ ଭାରି ଭଲ ଲାଗେ

1 min
219


ମୋତେ ଭାରି ଭଲ ଲାଗେ

ବର୍ଷାରେ ଭିଜିବାକୁ 

ଭିଜି ଭିଜି ହଜିବାକୁ 

ହଜି ହଜି ମଜିବାକୁ 

ମାଟିର ଗନ୍ଧରେ 

ମୋ ଗାଁ ବନ୍ଧରେ 

ପ୍ରକୃତିର ଛନ୍ଦରେ  

ପିଲାବେଳେ ଭିଜୁଥିଲି 

ସ୍କୁଲରୁ ଫେରିଲାବେଳେ 

କାଗଜ ଡ଼ଙ୍ଗାର ମୋହରେ 

ମାଛ ଧରିବା ଆଶାରେ 

ସାର୍ଟକୁ ବାନ୍ଧି ମୁଣ୍ଡରେ 

କେତେ ଯେ ନାଚିଛି 

କେତେ ଯେ ଖେଳିଛି 

ମାଡ ଗାଳି ବି ଖାଇଛି 

ତଥାପି ଭିଜିଛି ଆଉ ଭିଜିଛି  

କଲେଜ ଯିବା ବାଟରେ 

ସହପାଠୀ ସାଙ୍ଗରେ 

କେତେ ଯେ ଭିଜିଛି 

ହିସାବ ନାହିଁ ତାର 

ଟିପି ଟିପି ପାଣିରେ 

ଦେହ ଭିଜୁ ନଥିଲା 

ମନ ଭିଜୁ ଥିଲା 

ଅଜଣା ପୁଲକରେ 

ଅଜଣା ଆଶଙ୍କାରେ 

ତଥାପି ଭିଜିଛି ଆଉ ଭିଜିଛି  

ଆଜି ବି ଭିଜୁଛି 

ବର୍ଷାରେ ଲୁହରେ ଲହୁରେ 

ସଂସାର ମୋହରେ 

ପ୍ରତିଷ୍ଠାର ନିଶାରେ 

ସମାଜର ଆଖିଠାର 

ପ୍ରଭାବ ପଡୁନି ମୋ ଉପରେ 

ଜୀବନ ଜୀବିକାର ସନ୍ଧିକ୍ଷଣରେ 

ତଥାପି ଭିଜୁଛି ଆଉ ଭିଜୁଛି    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy