STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଚୂଳ ବେପାର

ଚୂଳ ବେପାର

1 min
166

    (ରମ୍ୟ ରଚନା)

  ଗାଁରେ ବୁଲେ ସେଇ ଲୋକଟି

    ସାଇକେଲଟି ଧରି 

   ଚୁଳ ବିକିବ‌ ଚୂଳ ବିକିବ

    ଛାଡୁଛି‌ ସିଏ ରଡି।


   କିଲେ ଚୂଳକୁ ପାଞ୍ଚ ହଜାର

    ନଗଦ ଦେବ ଗଣି 

   ଚାହିଁବ ଯଦି ସୁନୁପାମ୍ପୁଡି

    ଖୋଇବ ମନ ଜାଣି।


   ଗାଁ ପିଲାଟି ଚଗଲା ଅତି

    ନାଆଁଟି ତା'ର ବଣ୍ଟି 

   ସୁନୁପାମ୍ପୁଡି‌ ଖାଇବା ପାଇଁ

    ଆସିଲା ସିଏ ଛୁଟି।


   ଅଙ୍କଲ ଡାକେ ବାପାକୁ ସିଏ

    ବୋଉକୁ ଡାକେ ଆଣ୍ଟି 

   କଥାକଥାକେ‌ ଗୋଡ଼ କଚାଡେ

    ଚିଲେଇ ଦେଇ ପାଟି।


   କହିଲା ଆଣ୍ଟି ଦେଲୁ ତୋ ଚୁଟି

    ଖାଇବି ସୁଂପାମ୍ପୁଡି‌ 

   ନ ଦେବୁ ଯଦି ମୁଣ୍ଡରୁ ତୋର

    ଚୂଳ କରିବି ଚୋରୀ।


   କହିଲେ ଆଣ୍ଟି ଶୁଣ୍‌ ଧନଟି

    ଉପୁଡୁ ନାହିଁ ଚୁଟି 

   ଧନ୍ୟ ସେ ନବରତନ‌ ତେଲ

    ଧନ୍ୟ ତା' କରାମତି।


   ଟଙ୍କା ଦଶଟି ଲାଞ୍ଚ ଦେଇକି

    ବୁଝେଇଦେଲ ଆଣ୍ଟି 

   ସୁନୁପାମ୍ପୁଡି‌ ଦେବ ବେପାରୀ

    ଖାଇବୁ ଯାଆ‌ ବଣ୍ଟି।


   ଚୂଳ ବେପାରୀ ଟଙ୍କା ନିଏନି

    କେବଳ ଚୂଳ ନିଏ 

   ଟଙ୍କା ନ ନେଇ ସୁନୁପାମ୍ପୁଡି

    ଚୂଳ ନେଇକି ଦିଏ।


   ବଣ୍ଟି ଜାଣିଲା ସୁନୁପାମ୍ପୁଡି

    ଚୂଳ ମୂଲ୍ୟଠୁଁ ବେଶୀ 

   ଚୂଳ କିଲେକୁ ପାଞ୍ଚହଜାର

    ବେପାରୀ ଡାକୁଅଛି ‌।


   ଠିଇକ୍ ଅଛି ଦିନ ଗଡିଛି

     ଆସିଯାଇଛି ରାତି 

   ଚୂଳ ବେପାରୀ ବେପାର ସାରି

     ଘରକୁ ଫେରିଅଛି।


   ରାତି ଅଧରେ‌ ନିଃଶବ୍ଦ ବେଳେ

    ଘରେ ପଶିଛି‌ ଚୋର 

   ଜଣେ ନୁହଁ କି ଦି'ଜଣ ନୁହଁ

    ଚାରିଟା‌ ଗ୍ୟାଙ୍ଗଷ୍ଟାର।


   ବଣ୍ଟି ବୋଉର ଖଟର ତଳେ

    ସେ ଚୋର ବସିଥିଲେ 

   ହାଉଲେ‌ ବଣ୍ଟି ବୋଉ ମୁଣ୍ଡରୁ

    ଚୂଳକୁ କାଟୁଥିଲେ।


   ବଣ୍ଟି ବୋଉର ନିଦ ଭାଙ୍ଗିଲା

    ରଡିଟା‌ ଛାଡି ଦେଲା 

   ଦ‌ଉଡିଆସ‌ ଚୋର ପଶି ମୋ

    ଇଜ୍ଜତ ନେଇଗଲା।


   ଘର ଲୋକଙ୍କ ହାତରେ ସବୁ

    ଧରାପଡ଼ିଲେ ଚୋର 

   ଚୋରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ

    ଚାହାନ୍ତି ପରଷ୍ପର।


   ଗାଁ ପିଲାଙ୍କୁ ଦେଖି ଚିହ୍ନିଲେ

    ସନ୍ଦେହ ଗଲା ବଢ଼ି 

   କୁହ ହେ ପିଲେ କାହା ବୁଦ୍ଧିରେ

    ଆସିଛ ଚୋରୀ କରି‌।


   କହିଲେ ପିଲେ ଦଶଟି‌ ଟଙ୍କା

    ବଣ୍ଟି‌ ଆମକୁ ଦେଲା 

   ଆଣ୍ଟି ମୁଣ୍ଡରୁ ଚୁଟି ଆଣିବ 

    କହି ସେ ଛକିଥିଲା।


   କହିଲା ପୁଣି ଟଙ୍କା କି ସୁନା

    ଚୋରୀ କରିବ ନାହିଁ 

   ମାଇପିଙ୍କର‌ ଅଡୁଆ ଚୂଳ

    ପ୍ରଚୁର ଟଙ୍କା ଭାଇ।


   ବଣ୍ଟି ବୋଉଟି‌ ଶୁଣି କହୁଛି

    ଏ ପିଲାଙ୍କୁ ପାରିବିନି 

   ଚୂଳବେପାର ସବୁ ସାଇଲା

    ସରମ‌ ଉଠିଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy