STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଗଡୁଛି ରଥ

ଗଡୁଛି ରଥ

1 min
20

 🙏🙏 ଗଡ଼ୁଛି ରଥ🙏🙏
*******ଅପର୍ତ୍ତି ସେଠୀ**
ଗଡୁଛି ରଥ ଟାଣନ୍ତି ଭକ୍ତ
       କି ରଙ୍ଗେ ଉଡ଼େ ନେତ,
ଭାଇ ଭ‌ଉଣୀ ସଙ୍ଗତେ ଘେନି
      ଆସନ୍ତି ଜଗନ୍ନାଥ।
ତିନି ଠାକୁର ଅତି ସୁନ୍ଦର
       ସୁନ୍ଦର ତିନି ରଥ,
କେଡେ ସୁନ୍ଦର ଦୟଣା‌ ମାଳ
       ସୁନ୍ଦର ରଥଯାତ।
ପିନ୍ଧି ଟାହିଆ‌ ହୋଇ ବାଇଆ
       ଭକତ ପ୍ରେମେ ପଡ଼ି,
ରସିକ ରଜା କରୁଛି ମଜା
       ଓଠରେ ହସ ଭରି।
ଘଣ୍ଟ କାହାଳୀ ମୃଦଙ୍ଗ ତୂରୀ
        ଶବଦ କମ୍ପମାନ,
ଓଡ଼ିଶୀ ନାଚ ଦେଖୁଛି ନାଥ
        ହୋଇ ସେ ହୃଷ୍ଟ ମନ।
କର୍ମବେଦୀରୁ‌ ଜନମ‌ ବେଦୀ
       କରିବେ ପ୍ରଭୁ ବିଜେ,
ମନ ଉଚ୍ଛନ୍ନ ଚକାନୟନ
       ଅଧିର ଆଜି ନିଜେ।
ମାଉସୀ ଘର ଯିବେ ଠାକୁର
       ଖାଇବେ ପୋଡ଼ ପିଠା,
ଗୁଣ୍ଡିଚା ମାଆ ଚାହିଁଛି ଯାହା
       କହିବ ମିଠା କଥା।
ବଡ଼ଦାଣ୍ଡରେ ଭାବ ପ୍ରେମରେ
       ଭକତ ଭଗବାନ,
ମହା ମିଳନ ଦେଖି ନୟନ
       ଧନ୍ୟ ହୁଅଇ ପ୍ରାଣ।
ଭକ୍ତ ବତ୍ସଳ କଳା ଠାକୁର
       ଭକତେ କରି କୋଳ,
ଭୂଜ ଟେକନ୍ତି କୃପା କରନ୍ତି 
       ପାପ କରନ୍ତି ଦୂର।
ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ
        ପ୍ରସ୍ତୁତ ବଡ଼ ଦାଣ୍ଡ,
ସରଗୁଁ ଦେବ ହେଲେଣି ରୁଣ୍ଡ
       ନୁଆଁଇଲେଣି ମୁଣ୍ଡ।
ଚାହିଁ ଅଛନ୍ତି ହାତକୁ ପାତି‌
      ସଚରାଚର ପ୍ରାଣୀ,
ପହଣ୍ଡି ହୋଇ ସାରି କହ୍ନେଇ‌
      ଆନନ୍ଦେ ଝୁଲିଲାଣି।
ମନ ସରାଗ ଖାଇବ ଭୋଗ
       ଭୁଜ ସେ ଟେକିଥିବ,
ବାମନ ରୂପ ଦେଖି ଭକତ
      ଭବୁଁ‌ ନିସ୍ତରୀ ଯିବ।
(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା,
    ମୋ - ୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy