STORYMIRROR

Kulamani Sarangi

Tragedy

4  

Kulamani Sarangi

Tragedy

ଯୋଜନା-ପଲ୍ଲୀ କବିତା

ଯୋଜନା-ପଲ୍ଲୀ କବିତା

1 min
27.9K




ଗାଁ ସରପଞ୍ଚ କହିଲା "ଜଗୁନି,

ନଖଣ,ଶାମ ପଦିଆ !

ନଈ ବନ୍ଧକାମ ହବ ଗୋଟେ ଗୋଟେ

ସଈ * କର ଏଠି ବାଆ।


କାମକଲ ବେଲି ବେଙ୍କ୍ ଖାତାରେ

ଯେତେ ଟଙ୍କା ପାଉଥବ,

ଶହେରେ ପାଞ୍ଚେ ନିଜେ ରଖି, ବାକି-

ସବୁ ମତେ ଦଉଥବ।"


ଜଗୁନି କହିଲା "ଶୁଖିଲାରେ ଏତେ

ପେମ କିଆଁ କିଲୋ ଦାଦି?

କାମ ନ'କଲେ ପାଆଞ୍ଚେ ମିଳିବ ?

ଥିବ କିଛି କାରସାଦି ।"


ବାସୁ ସରପଞ୍ଚ କହିଲା "ଧେତ୍ ତେରୀ

ବୁଝିପାରୁନୁ କି ବୋକା?

ଜେ ସି ବି ରେ କାମ ହବ,କାଗଜରେ

ତମ ନାଁ ହବ ନେଖା।"


'ମୁତି ଯିବି' ବୋଲି ବାହାନା ଦେଖେଇ

ଜଗୁନି ଆଡେଇ ହେଇ,

ପଦିଆକୁ ଡାକି କହିଲା "ଶଳାକୁ

ପାନେ ଦବା ପଦିଭାଇ।


ବନ୍ଧକାମ ସରି ପଇସା ଏଖୁଣୁ #

ବେଏଙ୍କ ଖାତାକୁ ଆସୁ,

ଚିତା କାଟିଦବା,ବୋପା ନାଆଁ ଭଜୁ-

ଥିବ ସରପଞ୍ଚ ବାସୁ।


ଜେ ସି ବି ରେ କରି ଆମ କାମ ସବୁ

ଆମୁକୁ ମାରୁଚି ପଟି,

ଗରମ ହଉଚି ନେତା,ସରପଞ୍ଚ,

କାନତରାଟି ପାକିଟି।


ଗୋଟିଏ ହେଂସରେ ସବୁ ମୁତୁରୀ ଯେ

ହଉସୁନ୍ତି ଗଡାଗଡି,

ଅଧା ପଇସାରେ କାମ ହୁଏ,ବାକି

ବାଏଁ ବାଏଁ ଯାଏ ଉଡି।"


××××××× ××××× ××××××

ବନ୍ଧକାମ ହେଲା ,ପଇସା ଆଇଲା

ହେଲେ ସବୁ ହସାହସି,

ବାସୁ ସରପଞ୍ଚ, ଜଗୁନି ଦୁଆରେ

ଫି'ଦିନ ବସେ ଆସି।


ଜଗୁନି କହିଲା"ଖର୍ଚ୍ଚ ହେଇଗଲା

ସବୁ ପଇସା ଲୋ ଦାଦି,"

ବାସୁଆ କହିଲା"ବାଳିଆ ପିଟିଲ

ଶଳେ କରି କାରସାଦି ।"


*ସଈ--ଦସ୍ତଖତ

#ଏଖୁଣୁ- ବର୍ତ୍ତମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy