STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଳା ଠାକୁରଙ୍କ ପାଇଁ ରାଧାଙ୍କ ଚିନ୍ତା

କଳା ଠାକୁରଙ୍କ ପାଇଁ ରାଧାଙ୍କ ଚିନ୍ତା

1 min
23


କାହାକୁ କହିବି ସଙ୍ଗାତ, ଜରରେ

ପଡିଛନ୍ତି କାହ୍ନୁ ମୋର।

କେମିତି କେଜାଣି ଭାଇ ଭଉଣୀଙ୍କି

ଏକାବେଳେ ହେଲା ଜର !


ଶହେ ଆଠ ଗରା ପାଣି ଢ଼ାଳି ହେଲେ

ଭଉଣୀ ସଙ୍ଗେ ଦି'ଭାଇ,

ବର୍ଷସାରା ସତେ ଗାଧୋଇ ନ ଥିଲେ

ମୁହଁକୁ ଦେଖି ଲାଗଇ।


ଯେତେ ଘଷିମାଜି ଗାଧୋଇ ହୋଇଲେ

କଳା କି ହୋଇବ ଗୋରା,

ଚିକ୍କଣ କାଳିଆ ଦେହଟି ସିନା ଲୋ

ମନଟି ସଫା ସୁତୁରା।


ଛାଡ଼ି ଗଲେ ଦିନେ ଗୋପ ମୋ କାଳିଆ

ହାତେ ବଇଁଶି ଧରାଇ,

ଯୁଗ ବିତିଲାଣି କେତେ ଲୋ ସଙ୍ଗାତ

ତାଙ୍କ ବାଟ ଚାହିଁ ଚାହିଁ।


ନଡାକିଲେ ରାଧା ନାମ ସେ ମୁରଲୀ

କହ ବା କେଉଁ ଗୁଣକୁ ?

ରଙ୍ଗା ଅଧରକୁ ଛୁଇଁଥିଲା ବୋଲି

ସାଇତିଛି ସିନା ତାକୁ।


ଚୁମି ସେ ମୁରଲୀ ସିତ୍କାରେ ଭିଜିଲି

ଅବାରିତ ନେତ୍ର ନିର,

ମୂକ ହେଉ ପଛେ ସେ ବାଉଁଶ ଖଣ୍ଡ

ସେହି ଏକା କାହ୍ନୁ ମୋର।


ଦେଖି ତାଙ୍କ ଜ୍ବର ମନ ମୋ ଅସ୍ଥିର

ସେବା କରିବାକୁ ଚିନ୍ତା,

ହେଲେ ମୁଁ କେମିତି ଯିବି ଲୋ ସଙ୍ଗାତ,

ନୁହେଁ ତାଙ୍କ ପରିଣୀତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics