STORYMIRROR

Kulamani Sarangi

Classics

4  

Kulamani Sarangi

Classics

ଜଗତ୍ପତି ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା

ଜଗତ୍ପତି ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା

1 min
25


ବୁଦ୍ଧ ରୂପେ ରାଜି ନୀଳ କନ୍ଦରେ,

ପ୍ରବୁଦ୍ଧ ତୁ ବୁଦ୍ଧି ଦାନେ ସଂସାରେ,

ତୁ ନୋହୁ କପିଳ ବାସ୍ତୁ କୁମାର,

ସନାତନ ଶାର୍ଦ୍ଦୁଳ ତୁ ବିଶ୍ବର,ହେ

ନୀଳାଚଳ ଦୁର୍ଗେ ବାସ ହେ,

ସତ୍ୟ ଧର୍ମ ପ୍ରେମ ଚଳନ୍ତି ପ୍ରତିମା

ଗୁଣୀ ଜନ ତୋର ଦାସ ହେ।


କଳ୍ପନାର ନୋହୁ ତୁ ଅନ୍ତର୍ଗତ,

କଳ୍ପ କଳ୍ପ ହୋଇଲାଣି ବ୍ୟତୀତ,

କଳି ନପାରିଲା ତୋତେ ମାନବ,

କଳନା କରେ ଭିନ୍ନ ଧର୍ମଭାବ ହେ,

ସର୍ବ ଧର୍ମେ ତୋର ବାସ ହେ,

ତୁହି ଯୀଶୁ ତୁହି ବାହେଗୁରୁ ତୁହି

ଆଲ୍ଲା, କୃଷ୍ଣ, କୃତିବାସ ହେ।


ପ୍ରଭବ,ପ୍ରଳୟ ପାଳନ ତୁହି,

ପ୍ରକୃତି, ଆକୃତି ତୁ ଶୂନ୍ୟ ଦେହୀ,

ତୁହି ଚନ୍ଦ୍ରମା ତୁହି ବିକର୍ତ୍ତନ,

ଅମୃତ ତୁହି ବିଷ ତୋର ନାମ ହେ,

ବିଭୂତି ତୁ ମଣ୍ଡଳର ହେ,

ତୁହି ମହାଶକ୍ତି ତୁହି ମହାଦ୍ୟୁତି

ସକଳ ଶକ୍ତି ଆଧାର ହେ।


ବିଜ୍ଞାନ ତୋହର ଶକ୍ତିର ଅଣୁ

ଅଜ୍ଞାନ ନବୁଝେ ତା ଜାଣୁ ଜାଣୁ,

ଜ୍ଞାନ ଅହଂକାର ମୂର୍ଖେ କରନ୍ତି,

ସୂର୍ଯ୍ୟଙ୍କୁ ଦେଖାନ୍ତି ଖଦ୍ୟୋତ ଜ୍ୟୋତି ହେ

ହେତୁବାଦୀ ମୂର୍ଖ ଜାତି ହେ,

ପିପୀଲିକା ହୋଇ ଶିଡି ସଜାଡନ୍ତି

ସହସ୍ରାଂଶୁ ସ୍ପର୍ଶେ ମତି ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics