Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics Inspirational

3  

Sarojini Mishra

Classics Inspirational

" ଆଞ୍ଜୁଳାଏ ଜୀବନ

" ଆଞ୍ଜୁଳାଏ ଜୀବନ

1 min
187



ମାଟି ଓ ଆକାଶ ମଧ୍ୟେ

ତୋର ଏ ସଂସାର

ଜୀବନ ଓ ମୃତ୍ୟୁର ମଝିରେ

ଆଞ୍ଜୁଳା ଏ ଜୀବନ ।


ଆଞ୍ଜୁଳାଏ ଜୀବନକୁ ନେଇ

କଅଣ କରିବୁ

ଆଞ୍ଜୁଳାରେ ଫୁଲ ଭରିବୁ ନା କଣ୍ଟା

ପୁଣ୍ୟ ଭରିବୁ ନା ପାପ

ଅମୃତ ଭରିବୁ ନା ବିଷ

ନିଆଁ ଭରିବୁ ନା ନୀତି !


ଆଞ୍ଜୁଳାଏ ଜୀବନକୁ ନେଇ

କଣ କରିବୁ

ଆଞ୍ଜୁଳା ରେ ପ୍ରେମ ଭରିବୁ ନା ପ୍ରତାରଣା

ସ୍ନେହ ଭରିବୁ ନା ଲାଞ୍ଛନା 

ଆଞ୍ଜୁଳାରେ ଦୀପ ଧରିବୁ ନା ଦହନ

ତେଲ ଭରିବୁ ନା ତମସା !


ଆଞ୍ଜୁଳା ଏ ଜୀବନକୁ ନେଇ

କଅଣ କରିବୁ

ଆଞ୍ଜୁଳାରେ ଅହଂ ଭରିବୁ ନା ସୋହମ୍

ଚିନ୍ତା ଭରିବୁ ନା ଚେତନା

ଆଳସ୍ୟ ଭରିବୁ ନା ଆତ୍ମ ପ୍ରତ୍ୟୟ

ବିବେକ ଭରିବୁ ନା ବୈଭବ !


ଆଞ୍ଜୁଳାଏ ଜୀବନକୁ ନେଇ

କଣ କରିବୁ

ଆଞ୍ଜୁଳା ରେ ମୈତ୍ରୀ ଭରିବୁ ନା ଦ୍ଵେଷ

ଶୁଭଂ ଭରିବୁ ନା କ୍ଷୋଭ

ବିଶ୍ୱାସ ଭରିବୁ ନା ଅବିଶ୍ୱାସ

ସଂଶୟ ଭରିବୁ ନା ସମାଧାନ !


ଆଞ୍ଜୁଳା ଏ ଜୀବନକୁ ନେଇ

କଅଣ କରିବୁ

ଆଞ୍ଜୁଳାରେ ତ୍ୟାଗ ଭରିବୁ ନା ସ୍ଵାର୍ଥ

ଚିନ୍ତନ ଭରବୁ ନା ଚିନ୍ତା

କର୍ତ୍ତବ୍ୟ ଭରିବୁ ନା କଟାକ୍ଷ

ଆଶୀର୍ବାଦ ଭରିବୁ ନା ଅଭିଶାପ !

ଆଞ୍ଜୁଳାଏ ଜୀବନକୁ ନେଇ

ତୁ କଣ କରିବୁ

ଆଞ୍ଜୁଳାରେ ସ୍ଵୀକାରୋକ୍ତି ଭରିବୁ ନା ଯୁକ୍ତି

କ୍ଷମା ଭରିବୁ ନା ଧିକ୍କାର !


ଆଞ୍ଜୁଳା ଏ ଜୀବନକୁ ନେଇ

କଣ କରିବୁ

ଆଞ୍ଜୁଳା ଏ ଜୀବନକୁ ନେଇ

କଣ କରିବୁ

ଏହା ତୋର ସମ୍ପୂର୍ଣ୍ଣ ନିଜସ୍ଵ

ଯାହା ତୋ ମଣିଷ ଜନ୍ମର

ନିୟାମକ ହେବ।

        


Rate this content
Log in

Similar oriya poem from Classics