STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

2 mins
0


ମନ କୁ ଯେମିତି ଚେତନା ଦେବା ଯେ
ସେମିତି ହୋଇବ ମନ
ବିବେକ ଲଗାମ ଲାଗିଲେ ମନରେ
ଉଚ୍ଚ ହେବ ଦୃଷ୍ଟିକୋଣ ।

ମନଟି ଯେମିତି ହୋଇଥିବ ଗଢା
ଦୃଷ୍ଟି ଦେଖିବ ସେମିତି
ମନର ବିଶ୍ୱାସ କାଠ ପଥରେ ବି
ଖୋଜି ପାଇଥାଏ ଶାନ୍ତି |

ମନ ର ଗତି ଯେ ଏତେ ତୀବ୍ର ତର
ଏ ଦିଗେ ସେ ଦିଗେ ଧାଏଁ
ବିବେକ ବିଚାର ଲଗାମ ଲଗାଇ
ତାକୁ ବଶ କରାଯାଏ ।

ମନର ଗତିରେ ବ୍ରହ୍ମାଣ୍ତ ଭ୍ରମଣ
ମନ ବି ଅମଡ଼ା ମାଡ଼େ
ମନ ଭାବନା ତ ସଦା ଚାଲିଥାଏ
ମନ ଯାନେ ସଦା ଚ଼ାଲେ ।

ଭାବ କରିଦିଏ ମନକୁ ସୁନ୍ଦର
ମନ ପାଖେ ଏ ଜଗତ
ଏ ମନେ ଦର୍ଶନ କାଶୀ, ବୃନ୍ଦାବନ
ଅବା ନୀଳାଚ଼ଳ କ୍ଷେତ୍ର ।

ମନର ଗତିଟି କ୍ଷିବ୍ର ତୀବ୍ର ସିନା
ନାହିଁ ତାର ରୂପ ରେଖ
ନିଃଶବ୍ଦ ରେ ସଦା କରଇ ଗମନ
ଧନ୍ୟ ତାର ଗତିପଥ ।

ମନରେ ଦୃଢତା,ମନରେ ସତ୍ୟତା
ମନରେ ଥିଲେ ବିଶ୍ୱାସ
ଏ ଜଗତ ହୁଏ ସୁନ୍ଦର ସମୃଦ୍ଧ
ସବୁ ଠି ମିଳେ ଆଶ୍ୱାସ ।

ଦୃଢ ମନୋବଳ ଧୈର୍ଯ୍ୟର ଅସ୍ତ୍ରରେ
ମନ କାଟେ ଯେ ସମସ୍ୟା
ମନେ ନିଷ୍ଠା, ଦୟା, ତ୍ୟାଗ ଉପସ୍ଥାନେ
ବ୍ୟକ୍ତିତ୍ୱ ହୁଏ ସରସା ।

ବିବେକ ବିଚ଼ାରେ ମନ ନ ଯୋଡ଼ିଲେ
ମନ ଯେ କୁ-ମନ ହୁଏ
ଜଗତରେ ଦେଖେ କୁ -ଦୃଷ୍ଟିରେ ସିଏ
ଜଗତର କ୍ଷତ କରେ |

ସାଧ୍ୟ ସାଧନା ରେ ମନସିଦ୍ଧ ହେଲେ
ସୁମନର ହୁଏ ସୃଷ୍ଟି
ସୁମନ ଦିଅଇ ସୁଦୃଷ୍ଟି ବରଷି
ଦୃଷ୍ଟିକୋଣେ ଯୁକ୍ତ ଦୃଷ୍ଟି ।

ସୁମନ ଦେଖଇ ଜଗତକୁ ପରା
ସକାରାତ୍ମକ ଶକ୍ତିରେ
ସକାତ୍ମକର ଆଶ୍ଳେଷେ ବ୍ୟକ୍ତିତ୍ବ
ସଦା ଯେ ମହକୁ ଥାଏ |

ମନ ନିରିମଳେ ଗଡ଼ିଆ ଯେ ଗଙ୍ଗା
ଏ କଥା ପ୍ରବାଦ ଅଛି
ମନ ମାନିଥିଲେ ବିଷ ବି ଅମୃତ
ଏହି କଥା ଜଣା ଅଛି।

ସବୁ ଅଶାନ୍ତି କାରଣ ଏ ମନ
ଶାନ୍ତି ର ମଧ୍ୟ କାରଣ
ଚେତନା ଶକ୍ତିକୁ ଉଜ୍ଜୀବିତ କଲେ
ଶାନ୍ତ ହୋଇ ଥାଏ ମନ |

ବିବେକ, ବିଚାର, ଆତ୍ମାର ଡାକରେ
ମନ ଯଦି ଶିକ୍ଷା ପାଏ
ଶାନ୍ତ ହୋଇଯାଏ ଅଶାନ୍ତ ମନ ବି
ସୁବିଚାର ଆସିଥାଏ |

ମନକୁ ଯେମିତି ଗଢ଼ିବା ଆମେରେ
ବ୍ୟକ୍ତିତ୍ୱ ସେମିତି ହେବ
ମନ ମୂଳେ ପରା ଏ ସାରା ଜଗତ
ଦୃଷ୍ଟିକୋଣ ସ୍ଥିତ ହେବ ।

ମନର ଶକ୍ତିରେ ସକାରାତ୍ମକର
ରଙ୍ଗ ଚ଼ାଲ ଭରିଦେବା
ଏ ଜଗତ ହେବ ସବୁଜ ସୁନ୍ଦର
ଖୁସୀ ଖାଲି ସାଉଁଟିବା |

ମନେ ଭରିଦେବା ଆଧ୍ୟାତ୍ମର ରଙ୍ଗ
ସଂସ୍କାର ଭରିବା ମନେ
ଏ ଜଗତ ହେବ ଶାନ୍ତି ସରହଦ
ଖୁସୀ ଖେଳିବ ଜୀବନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational