ମୂର୍ତ୍ତିରେ ଖୋଜୁଛି
ମୂର୍ତ୍ତିରେ ଖୋଜୁଛି
ପଥର ମୂର୍ତ୍ତି ର ପାଶେ ଠିଆ ହୋଇ
ଭକ୍ତ ଖୋଜୁଥାଏ ଭାଷା
ଶ୍ରଦ୍ଧା ଚାହାଁଣୀରେ ନିରେଖି ଦେଖିଲେ
ଶିଳା ଯେ ଲୀଳା ପରଶା ।
ତୁ ତ ନୁହେଁ ଶିଳା ମୋ କାଳିଆ ସୁନା
ଭାବ ବାରିଧି କାଳିଆ
ତୋତେ ପାଇବାର ସରଳ ବିଧିଟା
କହି ଦେ ନିଳା ଚ଼ଳିଆ ?
ଜାଣିନାହିଁ ମୁହିଁ ପୂଜା କି ଅର୍ଚ୍ଚନା
ନା ଅଛି ମୋ ପାଖେ ଧନ
କେବଳ ଟିକିଏ ଭକ୍ତିରେ ଡାକିଲେ
ପାଇବି କିବା ଦର୍ଶନ ?
ପଥର ମୂର୍ତ୍ତିରେ ଚେତନା ଖୋଜୁଛି
ମନ ଖୋଜେ ତୁମ ସଙ୍ଗ
ପଥର ମୂର୍ତ୍ତିର ଆଖିରୁ ଖୋଜୁଛି
ଭାଷାର ଅମୂଲ୍ୟ ରଙ୍ଗ ।
