STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମୁଠାଏ ପାଉଁଶ

ମୁଠାଏ ପାଉଁଶ

1 min
1

 ଏଇ ଦେଖ୍ -
ମଶାଣିରେ ଜଳୁଛି ଶବ
ଖାଲି ଜଳୁନି -
ନିଇତି ସଜାଉଥିବା ଶରୀର
ଜଳୁଛି ଆତ୍ମଗର୍ବର ଦଲିଲ
ଜଳୁଛି ଅହଙ୍କାରର ଶିରୋନାମା
ଜଳୁଛି ପ୍ରତିପତ୍ତିର ପରିଚୟ ପତ୍ର
ଆଉ,
ଜଳୁଛନ୍ତି ମଧ୍ୟ କ୍ରୋଧିତ ଉର୍ଜାର
ଜ୍ୱଳନ ଯୁକ୍ତ ଶବ୍ଦାକ୍ଷର ମାନେ
ମୁଠାଏ ପାଉଁଶରେ
ସେମାନେ କରୁଛନ୍ତି ଆତ୍ମ ବିସର୍ଜନ ।

ମଶାଣିରେ ଜଳୁଛି ଶବ
ମୁଠାଏ ପାଉଁଶରେ ମିଶି ଯାଉଛି
ଜୀବନ ଗୀତିର ଶେଷ ଫକ୍ତି
ପ୍ରାସାଦ, ଜମା ପୁଞ୍ଜି, ପଦ ପଦବୀ
ସତେ ଯେମିତି ଖତେଇ ହେଉଛନ୍ତି
ଆଉ ସନ୍ତାନସନ୍ତତି,ସଂପର୍କୀୟ,
ଶୁଦ୍ଧି ଆଉ ବିଧିର ଫର୍ଦ୍ଦ
ଧରି ବସିଛନ୍ତି ।

ଦିକ୍ ଦିକ୍ ଜଳୁଥିବା ମଶାଣି ନିଆଁରେ
କେବଳ ଚିକ୍ ଚିକ୍ କରୁଛି
କର୍ମର ପଟ୍ଟଚିତ୍ର ଯେଉଁଠି
କୁ-କର୍ମ ଓ ସୁ-କର୍ମର ଛବି
ଧୂଆଁ ସଙ୍ଗେ ଦୋହଲି ଦୋହଲି
ସତେ ଯେମିତି ଶ୍ରେଷ୍ଠ ବିଚାରକ
ଅଦାଲତେ ପ୍ରେରିତ ହେଉଛି-
ଫଳାଫଳ ଶୁଣାଣି ପାଇଁ
ଆଉ କର୍ମର ତାମ୍ର ଫଳକ ରେ
ଲେଖିବାକୁ ଅନ୍ୟ ଗୋଟେ
ପ୍ରାରବ୍ଧ ର କଥା ।

ଏଇ ଦେଖ୍ -
ମଶାଣିରେ କେବଳ
ଦି'ମୁଠା ପାଉଁଶ
ନାଁ ସେଥିରେ ଲେଖା ଅଛି
ସମ୍ପତ୍ତି ତାଲିକା
ନାଁ ,ସେଥିରେ ହୋଇଛି
ରୂପର ବର୍ଣ୍ଣନା
ନାଁ, ସେ ପାଉଁଶ ବଖାଣୁଛି
ତୋ ଆତ୍ମ ଚରିତ
ଶ୍ମଶାନ ବି ସମାନ
ଯାତ୍ରା ବି ସମାନ
ଶୂନ୍ୟ ଦେହୀ - ଶୂନ୍ୟ ପଥ
ଶୂନ୍ୟ ରଥ ଛଅ ଖଣ୍ଡ କାଠର କୋକେଇ
ଆଉ ,
ଅବଶେଷ ମୁଠାଏ ପାଉଁଶ
ଜୀବନ ଚରମ ସତ୍ୟ
ପରମ ବିଭୂତି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational