STORYMIRROR

Jagannath Das

Inspirational

3  

Jagannath Das

Inspirational

ମାତୃ ପ୍ରଣତି

ମାତୃ ପ୍ରଣତି

1 min
184


ନମସ୍ତେ ନମସ୍ତେ ଶର୍ବାଣୀ

ଦୁର୍ଗତି ନାଶିନୀ

ନମସ୍ତେ ଦୁର୍ଗା ମା ରୁଦ୍ରାଣୀ

ଦୁଃଖ ବିନାଶିନୀ..


ଅନାଦି ଆଦ୍ୟାଶକ୍ତି ମାଆ

ନମସ୍ତେ ଜଗତ୍ତାରିଣୀ

ସଂହାର ରକ୍ଷଣ ପାଳନ

ମାତା ତୁ ଜଗବନ୍ଦିନୀ


ଅନ୍ତର ଦେଵୀ ହେ ଆମର

ଜ୍ୟୋତି ସ୍ୱରୂପିଣୀ

ତୋହର କୃପା ଜ୍ଞାନଲୋକ

ବିନା ନୁହେଁ ଚିହ୍ନି.


ଅଧମ ସନ୍ତତି ତୋହର

ଜଣାନ୍ତି ପ୍ରଣତି

ତୋ ନାମର ମହିମା ମାଗୋ

ହେଉ ନାହିଁ ଚିନ୍ତି


ଜଗତ ଉତ୍ପତ୍ତି ଓ ସ୍ଥିତି

ଚାଲେ ତୋ ପ୍ରଭାବେ

ଦେବତା ରୁକ୍ଷତା ଜନତା

ନ ବୁଝନ୍ତି ଲବେ.


ପ୍ରଣତି ପୟରେ ତୋହର

ହୁଅ ପରସନ୍ନ

କେ ଖୋଜି ଆଦି ଅନ୍ତ ପାଏ

ଦିଅ ଦରଶନ.


ଗୁରୁଜନଙ୍କୁ ପୂଜିବାକୁ

ଦିଅ ଶିକ୍ଷା ଜ୍ଞାନ

ପ୍ରିୟ ଜନଙ୍କୁ ତୋଶିବାକୁ

ଦିଅ ସ୍ନେହ ଧନ


ଏତିକି ପ୍ରାର୍ଥନା ମୋହର

ଦିଅ ତୁ ଆଶିଷ

ପୟରେ ପ୍ରଣତି ତୋହର

ମୋତେ ଦେ ନିମିଷ


ସଚ୍ଚିଦାନନ୍ଦ ରୂପିଣୀ ହେ

ଦେଶ ରକ୍ଷା କର

ଭାସୁଅଛି ମାୟାର ଜଳେ

ଭବ ରୁ ଉଦ୍ଧାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational