STORYMIRROR

Jagannath Das

Abstract

4  

Jagannath Das

Abstract

ଅମୃତ ସ୍ୟ ପୁତ୍ର

ଅମୃତ ସ୍ୟ ପୁତ୍ର

1 min
260


ଅମୃତ ସ୍ୟ ପୁତ୍ର ଆମେ, ମୃତ୍ୟୁ ର ଭୟ ନାହିଁ

କାହିଁକି ରହିବୁ ଉନ୍ନତି ପାଇଁ, ବିଦେଶୀ ଙ୍କ ପଥ ଚାହିଁ..


ଭାରତ ମାତାର ସନ୍ତାନ ଆମେ,

ଭେଦ ଭାବ ସବୁ ଛାଡି


କହି ଚରୈବେତି,

ଚରୈବେତି, ଆଗକୁ ଯିବୁ ଯେ ମାଡି


ନୂତନ ଭାରତ ଗଢିବା ଆମ୍ଭେ,

ବିଶ୍ୱ ରହିବ ଚାହିଁ


ନୂଆ ବରଷ ର, ନୂଆ ଉତ୍ସାହ

ପ୍ରତିଜ୍ଞା କର ରେ ତୁହି


ମା -ଭୈ, ମା- ଭୈ ହୁଙ୍କାର ଦେଇ,

ଶପଥ କରିବା ଆଜି


ତ୍ୟାଗ ଓ ସେବା ମନ୍ତ୍ର କୁ ଧରି

କରିବା ଭୀଷଣ ବାଜି..


ଯଜ୍ଞ ବେଦୀ ର ହୋମ ଶିଖା ସମ,

ହେବା ନିଜେ ଉଜ୍ଜୀବିତ


ମଦ ଗର୍ବିତ, ବଳ ଦର୍ପିତ ହୋଇ,

କରିବାନି କେବେ ଭିତ


କୁଟ କପଟ କୁ ମର୍ଦନ କରି,

ମନ ମୋହନ ସଂଗେ ହେବା ସଜ୍ଜନ


ଭୂଧର, ସାଗର ଲଂଘନ ଯୋଗୁ ବିଶ୍ୱେ,

ପ୍ରାଣ ହେବ ଉଚ୍ଚା ଟନ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract