STORYMIRROR

Jagannath Das

Abstract Classics Inspirational

4  

Jagannath Das

Abstract Classics Inspirational

ମା-ଭୈ, ମା-ଭୈ

ମା-ଭୈ, ମା-ଭୈ

1 min
402


ବିଭୁତି ଭୁଷିତ ଶୁଭ୍ରଦେହ

ନାଚେ ଉଲଗ୍ନେ ହୋଇ ମୋହ

ମହା ଆନଂଦରେ ପୁଲକଇ

ମା-ଭୈ,ମା-ଭୈ ହୁଂକାରଇ


ଗଂଗାଯେ ଉଛୁଳିଣ ଧାଏଁ

ଭାଲେ ଶିଶୁ ଶଶୀ ହସି ଚାହେଁ

ଶଶଧର ତିଲକ ଭାଲ

କର ରେ ଧାରଣ ତ୍ରିଶୁଳ


କୂଟ କପଟିଆ ମର୍ଦନ

ଅଭିରାଭୀଃ ତା ଗର୍ଜନ

ଜୀବନ ତାରଣ କାରଣ

ପ୍ରେମ ମତ୍ତରେ ନର୍ତ୍ତନ


ଆତ୍ମତ୍ୟାଗର ଅଗ୍ନିମଂତ୍ର

ସେ ନିଜେ ନବୀନର ତନ୍ତ୍ର

ଦେବତା କରୁଣା ନିଧାନ

ଦିଅତୁ ଆଶୀଷର ଦାନ


ମୋର ତନୁର ମନ ପ୍ରାଣ

ତୋ କାର୍ଯ୍ୟେ ଯାଉ ମୋ ଜୀବନ

ସାର୍ଥକ ହେବ ମୋର ମନ

ଦିଅ ହେ ଚରଣେ ଶରଣ


ମା-ଭୈ,ମା-ଭୈ ହୁଏ ଝଂକୃତ

ଜ୍ଞାନର ଗାରୀମା ସୁକୃତ

ପ୍ରଭୁ ପରମେଶ୍ବର ଶିବ

ତ୍ରାହିମାଂ ରଖ ଏଇ ଭବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract