STORYMIRROR

Jagannath Das

Abstract Classics

4  

Jagannath Das

Abstract Classics

ନୁଆବର୍ଷ ଆସିଲା

ନୁଆବର୍ଷ ଆସିଲା

1 min
370


ନୁଆ ବର୍ଷ ଆସି ଜନେ ଦେବ ଖୁସୀ

ଜଗତ ଉଠିବ ହସି


କବି ଏ ଧରାରେ ଫୁଟାଇଦେବେରେ

ଲେଖନୀରେ ଛବି ବସି


ଏକ ବେଣୀ ଧରା ଯକ୍ଷ କାମିନୀ

ବସିବନି ଏକା ଦ୍ବାରେ


ଝରିଯିବ ତାର ଚକ୍ଷୁ ର ରୋଦନ

କବିର ଲେଖନୀ ଗାରେ


ଏହି ବରଷରେ ସାବିତ୍ରୀ କୋଳରେ

ରହିଯିବେ ସତ୍ୟବାନ


ଫୁଲ ତୋଳୁ ତୋଳୁ ଶୈବ୍ୟା ସୁତର

ମଉଳି ଯିବନି ପ୍ରାଣ


ନଳରାଜା ତାର- ଦିହଜାରଚବିଶ ର

ବରଜିବନି ରତ୍ନପୁରୀ


ପ୍ରେୟସୀରାଣୀର ବୁକୁର ଦାରୁଣ

ହାଣିବନି କାର ଛୁରୀ


କରୋନା ଯାଇଛି,ଜଗତ ହସୁଛି

ଭାବେ ସତ୍ୟ ଅଛିପଶି


ସତ୍ ରେ ଅସତ୍ ଘାଣ୍ଟି ହେଉଅଛି

କୁବୁଦ୍ଧି ବଢୁଛି ବେଶି


ଏ ନବ ବରଷେ ନବ ଇଛା ଆସେ

ନବ କର୍ମ ପାଇଁ ମନ


ନବୀନା,ବାବୁନା,ଟୁନା,ମୁନା,କୁନା

ସତ୍ ରେ ଦିଅ ମନ


ନିଜେ ଭଲ ଥିଲେ,ଦୁନିଆ ଟା ଭଲ

ଆଖିରେ ସୁନ୍ଦର ଦିଶେ


ଦି ହଜାର ଚବିଶ ,ଆଣୁଅଛି ଖୁସୀ

ଏବେଠୁ ଟିକେ ବାସେ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract