STORYMIRROR

Jagannath Das

Abstract Inspirational

4  

Jagannath Das

Abstract Inspirational

ରୋମନ୍ଥନ

ରୋମନ୍ଥନ

1 min
22


ପଉଷ ରାତିର -ବେଳା ବିଚରଣ

ସ୍ବପ୍ନ ମଧୁର ଲୀଳା

ମନ୍ଦିର ବୁଲି ମାଟି ଦୀପ ଜାଳି

ଲାଗି କରି ଫୁଲ ମାଳା

କେଉଁ ତରୁ ଶିରେ, ହୁଅନ୍ତି ବିଭୋର, ନୀଡ ରେ ପକ୍ଷୀ


ଚଞ୍ଚୁ ରେ ଚଞ୍ଚୁ ଜଡ଼ାଇ ବିଭୋରେ

ନିଅନ୍ତି ରାତି କୁ କାଟି

ପୂଜୁଥିଲେ ଆମ୍ଭେ ଦିଅଁ ଦେବତା କୁ ଏକାନ୍ତ ରେ ଦୁଇ ଜଣ

ସେତେବେଳେ ସଖି, କୁହ ହେଲେ ଟିକି,

ଶୀତ ରେ ବଳେନି ମନ ।


ପ୍ରିୟ ପ୍ରୀତି ଙ୍କ ର ମଙ୍ଗଳ ମନାସି

ପୁରେ ବାହୁଡ଼ିବା କାଳେ


ଛାୟା ଆଲୋକ ର ମିଳନ ମଧୁର, ପ୍ରୀତି କମ୍ପିତ କ୍ଷଣେ

ପ୍ରିୟ ପାଶେ ଥାଇ, ପରାଣ ବଥାଇ, ଭାଳୁଥିଲ ପ୍ରିୟ ଜନେ

ଆବେଗୀ ଦୃଷ୍ଟି ରେ କରୁଥିଲ ସୃଷ୍ଟି, ବିସ୍ମୟ କ୍ଷଣେ କ୍ଷଣେ

ଏଵେ ସବୁ କଥା, ହୋଇ ଗଲା ନଥା, ତୁମେ ଚାଲି ଗଲା ପରେ


ତୁମ ପାଇଁ ମନ ହୁଏ ହାଇ ପାଇଁ

ମନେ ପଡେ ପଉଷ ରେ

ତୁମେ ମଧୁଛନ୍ଦା, ସପନ ରେ ଅଧା, ଦେଖାଦିଅ ମୋ ଅନ୍ତରେ

ରୁପମୟୀ ବାଳା, ଦୀପ୍ତିମୁଖି ଲୀଳା, ମୋ ମନ ମଧ୍ୟେ ବିଚରେ.....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract