STORYMIRROR

Jagannath Das

Classics

4  

Jagannath Das

Classics

ସଂସ୍କାର ର କ୍ଷୋଭ**************

ସଂସ୍କାର ର କ୍ଷୋଭ**************

1 min
107


ଡାକନ୍ତି ସରବେ ସରାଗେ ଦେବ 'ହେ ଦେବ' ବୋଲି

ଶୁଣୁନାହଁ ପ୍ରାୟ ସେ ଡାକ ତୁମ ଦୁଆର ଖୋଲି 

ଥରେ ଯଦି ତୁମେ ଶୁଣନ୍ତ,

ଲୋଟନ୍ତି ତୁମ ଚରଣେ

ବୋଳନ୍ତି ଚରଣ ଝରା ସେ

ପର୍ଯ୍ୟନ୍ତ ମୋର ମରଣେ

ଭୋକ ଶୋଷ ଭୁଲି ରହନ୍ତି

ଚାହିଁ ସୌମ୍ୟ ବଦନେ

ପୁଲକ ପୂରିତ ପରାଣେ, ଅନିମେଷ ନୟନେ

ନ ଛୁଅନ୍ତି ପଛେ ପବିତ୍ର, ପାଦ ଦୂଷିତ କରି

ନ ଯାଆନ୍ତି ପଛେ କୋଳକୁ,

ମୁହିଁ ଅବାଧ୍ୟ କରି

ନ ଦିଅ ପଛେ ଲଲାଟେ, ଧନ୍ୟ ଚୁମ୍ବନ ଦାନ

ନେବି ନାହିଁ ମୁହିଁ ଏଵେ ଯେ, ତୁମ ମିଛ ସମ୍ମାନ 

କର ହେ ଏତିକି କରୁଣା, ମର୍ତ୍ତ୍ୟେ ବିପଦ ନାଶି ।


ଚତୁର୍ଦିଗେ ଚାଲେ ବିପଦ, ଆମେ ଯିବୁରେ ଭାସି

ନିରବି ଛି ମର୍ତ୍ୟ ବୈକୁଣ୍ଠ, କଳ କଣ୍ଠ କାକଳୀ

ନିରହ ହେଉଛି ଏ ଭିତ, ପାରୁନି ଯେ ସମ୍ଭାଳି

ନିରବି ଯାଉଛି କାବ୍ୟ କୁସୁମ,

ମଧୁ ରସିକ ଅଳି

ସରୁଛି ଏ ଭବୁ ସକଳ ସବୁ ଦେଖିଲା ଭଳି

ଆସ ହେ ମରତେ ଉଲ୍ହାଇ,

ଦେଖି ଯାଅ ନେତ୍ର ର

ହିନ୍ଦୁ ବାହା ସ୍ଫୁଟ ମାରନ୍ତି, ଆଉ ନାହିଁ ସଂସ୍କାର

ରାଜନୀତି ପାଇଁ ଲଢେଇ ହୁଏ ଖାଲି ମିଛ ର

ମରତେ ମଣିଷ ଭାବୁଛି, ମୁଁ ଅଛି ଇନ୍ଦ୍ର ପାଶର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics