STORYMIRROR

ABADHOOT PANDA

Classics Others

3  

ABADHOOT PANDA

Classics Others

ଶାରଦୀୟ ମାତା ଦୁର୍ଗା

ଶାରଦୀୟ ମାତା ଦୁର୍ଗା

1 min
175


ମୟୁର ଚନ୍ଦ୍ରିକାର ଚାରୁ ନୀଳିମା ଚମକି ଦିନେ

କରିଥିଲା ଶୋଭନୀୟ ଶ୍ରୀକୃଷ୍ଣଙ୍କୁ ତ୍ରିଭୁବନେ ll


ମାତୃ ଭକ୍ତ କୃଷ୍ଣ ଭଗବାନଙ୍କ ମୟୁର ପୂଚ୍ଛ ଆଭା

ବିଷ ଗର୍ବ ଖର୍ବ କଲା ନଚେଇ, କାଳନ୍ଦୀ ପ୍ରଭା ll


ଯୁଗ ଅବତାରୀ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ

ଶ୍ରୀରାମ ମାତୃ ଭକ୍ତିର ଆଦର୍ଶ ଥାପିଥିଲେ ସ୍ବଧାମ ll


ଚତୁର୍ଦଶ ବରଷ ଅବଧି ଥିଲେ କାଟି ପଞ୍ଚଵଟୀରେ

ପାର୍ବଣ ପୂଜା କରିଥିଲେ ପୂର୍ଣ୍ଣ ସ୍ଵନୀଳପଦ୍ମ ଚକ୍ଷୁରେ ll


ନୀଳଗ୍ରୀବ ଭଦଭଦରିଆ ପକ୍ଷୀଦର୍ଶନ ଶୁଭ ପ୍ରତୀକ

ନୀଳାମ୍ବୁ ଗଭୀର ତଡ଼ାଗଜଳୁ ଝାମ୍ପି ଆଣେ ମୀନଏକll


ନୀଳକଣ୍ଠ ପ୍ରଭୁଙ୍କ ନୀଳାଭ କଣ୍ଠ ଅଟଇ ଆଦର୍ଶ ଚିହ୍ନ

ବିଶ୍ୱ କଲ୍ୟାଣ କାରକ କରେ ପ୍ରମାଣ ଚିର ଏକ ବ୍ରହ୍ମll


ବଡ଼ ଠାକୁରଙ୍କ ମସ୍ତକେ ଶୋଭିତ ନୀଳମଣି ଜ୍ୟୋତି

ବ୍ୟାଖ୍ୟା କରିଚାଲେ ସମ୍ପୂର୍ଣ୍ଣ ଜଗତରେ ଆଧ୍ୟାତ୍ମ ତୃପ୍ତି ll


ହେ ଦୁର୍ଗା ମାତେ! ତୁମେ ଅଯୋନି ସମ୍ଭୁତା ଅପାର୍ଣ୍ଣା

କଲ୍ୟାଣ କର ଆମକୁ ହେ ସନ୍ତାନ ବତ୍ସଳା ହିତକର୍ମା ll


ନୀଳ ସାଗର ସମ ଦିଅ ଆମକୁ ଏକ ବିଶାଳହୃଦୟ

ରଖିବାକୁ ଟେକ ଉନ୍ନତ ମାନବ-ସମାଜ-ବକ୍ଷବଳୟ ll


ଶୁଭ ଦୃଷ୍ଟି ତଵ ନୀଳପଦ୍ମ ନୟନର ହେଉ ସଦା ତୀକ୍ଷ୍ଣ

ଆଧ୍ୟାତ୍ମିକ ଗିରଲାଭା ସାରା ବିଶ୍ୱେ କରୁ ଉଦ୍ଗିରଣ  ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics