STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଭକ୍ତି ଅର୍ପଣ

ଭକ୍ତି ଅର୍ପଣ

1 min
2

      =ଭକ୍ତି ଅର୍ପଣ=

 ଅଶାର ପ୍ରଦୀପ ଜଳାଇ ମନେ ଭକ୍ତି-ପତଙ୍ଗକୁ କରେ ନିମନ୍ତ୍ରଣ ପାଇବାକୁ ବିଭୁ ପଦାରବିନ୍ଦ, ମନ୍ଦିର ପ୍ରାଙ୍ଗଣେ ଗୃହ ମନ୍ଦିରେ ରାସ୍ତା ଘାଟେ ରଟଇ ମୁଁ ରାଧାଗୋବିନ୍ଦ l ସଂସାର ଚକ୍ରେ ଯାଏ ମୁଁ ହଜି ଷଡ଼ ରିପୁର ବଶେ ହରାଇ ମୋ ଶାଶ୍ୱତ ଭାବ, ନିରନ୍ତର ଚିନ୍ତଇ ଈଶ୍ବରେ ସୀତା ରାମ ରାଧେ ଶ୍ୟାମ ଜପରେ ହଟାଇବାକୁ ମନୁ କୁଭାବ l ଶିରେ ପିନ୍ଧି ଧଳା ଟୋପି ଅଳ୍ପ ଦାଢ଼ି ନିଶ ରଖି ଧାଏଁ ମୁଁ ଆତୁରେ ମସଜିଦ ପ୍ରାଙ୍ଗଣେ, ବସି ଯାଏ ଆଣ୍ଠୁ ମାଡି ଦୁଇ ହାତ ଯୋଡ଼ି ମୁଣ୍ଡିଆ ମାରି ପଢ଼ଇ ମୁହିଁ ନମାଜ ମନ ପ୍ରାଣେ l ଡେରାସର ପାଗୋଡା ମହିମା ଟୁଙ୍ଗିରେ ଗୀର୍ଜାରେ କରଇ ପ୍ରାର୍ଥନା ନୁଆଁଇ ମୋ ମଥା, ଆକୁଳ ହୃଦୟେ ଚକ୍ଷୁ ଲୋତକେ ଅର୍ପଣ କରି ଚାଲେ ସ୍ମରି ମନେ ମନେ କେତେ ବ୍ୟଥା l ଦେଖିଲି ଅନୁଭବ କଲି ଜାଣିଲି ଭକ୍ତି ଭାବପୂର୍ଣ୍ଣ ପ୍ରାର୍ଥନାର ମହିମା, ଧନ ଜନ ଯଉବନ ଗରବ ଅଟଇ କ୍ଷଣସ୍ଥାୟୀ ଆଉ ଅସତ୍ୟ କିନ୍ତୁ ଈଶ୍ବର ସତ୍ୟ ସେ ଯେ ସର୍ବ ଧର୍ମର ଜଣେ ଏକରୂପୀ ଗାରିମା l ( ରଚୟିତା :©ଅବଧୂତ ପଣ୍ଡା,କଟକ )    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍